ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର

blank
କେନ୍ଦ୍ରାପଡ଼ା,୨୬ା୩:ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଆଇନ ଅନୁପାଳନ ସମ୍ପର୍କିତ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି କୋଟପା-୨୦୦୩ (ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ) କାର୍ଯ୍ୟକାରୀ ଅନୁପାଳନକୁ ସୁଦୃଢ଼ କରିବା ସହିତ ସାର୍ବଜନିକ ସ୍ଥାନରେ ତମାଖୁ ବ୍ୟବହାରକୁ ନିୟନ୍ତ୍ରଣ କରିବା। ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଶାଖା, ଆବକାରୀ ବିଭାଗ, ଶିକ୍ଷା ବିଭାଗ ସହିତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ବିଶେଷଜ୍ଞ ଭାବେ ଡା. ମିର୍ଜା ବାବର ବେଗ ଏବଂ ଡା. ନିରାକାର କର ଯୋଗ ଦେଇ କୋଟପା-୨୦୦୩ର ମୁଖ୍ୟ ବ୍ୟବସ୍ଥା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ସାର୍ବଜନିନ ସ୍ଥାନରେ ଧୂମ୍ରପାନ ନିଷେଧ, ଅପ୍ରାପ୍ତବୟସ୍କଙ୍କୁ ତମାଖୁ ବିକ୍ରୟ ନିଷେଧ ଏବଂ ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ତମାଖୁ ବିକ୍ରୟ ନିଷେଧ। ଏହାସହ ଆଇନ ଅନୁପାଳନ ପ୍ରକ୍ରିୟା, ଜରିମାନା ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାନୁଷ୍ଠାନ ଚାରିପାଖରେ ନିୟମିତ ଯାଞ୍ଚ, ସଂଯୁକ୍ତ ଅଭିଯାନ ଏବଂ ତମାଖୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ବିଶେଷ ଫୋକସ କରାଯାଇଥିଲା। ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଆଇନର କଡ଼ାକଡି଼ ଅନୁପାଳନ ଓ ନିୟମିତ ମନିଟରିଂ ଦ୍ୱାରା ତମାଖୁ ମୁକ୍ତ ପରିବେଶ ସୃଷ୍ଟି ପାଇଁ ଆହ୍ୱାନ କରିଥିଲେ। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି କାମ କରିବାକୁ ଉତ୍ସାହିତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋରଞ୍ଜନ ରାଉତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ନାୟକ, ଡିପିଏଚଓ ଗୌରାଙ୍ଗ ଚରଣ ଗିରି, ଆସିଷ୍ଟାଣ୍ଟ ମ୍ୟାନେଜର ଏନସିଡି ଶ୍ୟାମସୁନ୍ଦର ବିଶ୍ୱାଳ, ଡେପୁଟି ମ୍ୟା ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ) ଡା଼. ସୁକାନ୍ତ କୁମାର ପ୍ରଧାନ,ଏଡିପିଏଚଓ ଡା଼. ଶୁଭନାରାୟଣ ନାୟକ, ପୋଲିସ ପ୍ରଶାସନ, ସମାଜ ସେବୀ, ଅବକାରୀ ବିଭାଗ ସମେତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Next Post

ବରିଷ୍ଠ ନାଗରିକ ପାଠାଗାରାର ନୂତନ ଗୃହ ଉଦଘାଟିତ

Thu Mar 26 , 2026
କେନ୍ଦ୍ରାପଡ଼ା,୨୬/୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଆମ ପାଠାଗାରାର ନବନୀତ ଗୃହ ଉଦଘାଟନ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ବି.ଡି.ଓ ଶୀତଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ୍ଡାଖିଆ ଛକଠାରେ ଫିତାକାଟି ଉଦଘାଟନ କରି କହିଥିଲେ ଯେ ଏହି ପାଠାଗାର ବରିଷ୍ଠ ନାଗରିକମାନେ ଏହି ପାଠାଗାରରେ ବହି ପଢି ସେମାନଙ୍କର ସମୟ ଅତିବାହିତ କରିବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading