ପଟ୍ଟାମୁଣ୍ଡାଇ ୧୫/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ବିଇଓ ରୂପେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ବିଇଓ ବାରିକ ପୂର୍ବରୁ ଦୀର୍ଘ ୬ବର୍ଷ ଧରି ରାଜନଗର ବ୍ଲକ ବି.ଆର.ସି.ସି ଭାବେ ଦକ୍ଷତାର କାର୍ଯ୍ୟ କରିଛନ୍ତି । ଏହି ଉପଲକ୍ଷେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବି.ଆର.ସି.ସି ପ୍ରେମବାଳା ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୁନିତୀ ଦାଶ, ରାଜ୍ୟ ଶିକ୍ଷକ ସଂଘ ନେତା ସିଆରସିସି ମଳୟ ଜେନା, ସଂଘମିତ୍ରା ନାୟକ, ରଞ୍ଜନ ସାହୁ, ଅରବିନ୍ଦ ବଳ, ପ୍ରଦୀପ ତରାଇ, ଓ ଲଷ୍ମଣ ସେଠୀ, ମୁଖ୍ୟକିରାଣୀ ହିମାଂଶୁ ବେହୁରା, ଏମଆଇଏସ ଆମ୍ରପଲ୍ଲୀ ସାହୁ ଓ ବିଷ୍ଣୁ ପ୍ରସାଦ ବାରିକ ପ୍ରମୁଖ ଶିକ୍ଷା ବିଭାଗ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ନୂତନ ବିଇଓ ବାରିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.