ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯୋଧନ ପରିଡ଼ା ଯୋଗଦେଇ ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଭଲ ମଣିଷ ହେବେ ସେ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବିଦ୍ୟାଳୟର ସଭାପତି ସରୋଜରାଜ ସିଂହ, ବିଦ୍ୟାଳୟର ସମ୍ପାଦକ ଅଧିକାରୀ ପ୍ରଭାତ କୁମାର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷ ବାବାଜୀ ଚରଣ ମୁଦୁଲି ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ବିଦ୍ୟାଳୟର ଉପାଧ୍ୟକ୍ଷ ବଦ୍ରି ନାରାୟଣ ସିଂହ, ସହକାରୀ ଶିକ୍ଷକ ରଞ୍ଜନ କୁମାର ପତି, ଶୁଭେନ୍ଦୁ କୁମାର କର, ସ୍ମିତା ରାଣୀ ଲେଙ୍କା, ହିମାଂଶୁ କୁମାର ଦାସ, ସୁଶାନ୍ତ କୁମାର ପତି, ରଚନା ନାୟକ, ସସ୍ମିତା ଖଟୁଆ, ସାହିସ୍ତା ପରୱିନ, ମିତା ମହାନ୍ତି, ନର୍ଗିସ ଫିରଦୋସ, ସହିଦା ବେଗମ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ କିଶୋର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାଙ୍କ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ ହୋଇଥିଲା।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଜିଲ୍ଲା କୋଷାଗାର ତରଫରୁ ସ୍ୱାସ୍ଥ୍ୟ ଶିବିର

Tue Feb 18 , 2025
କେନ୍ଦ୍ରାପଡା,୧୮ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁରୋଧ କ୍ରମେ ଜିଲ୍ଲା କୋଷାଗାର ତରଫରୁ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କୋଷାଗାର କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଉଦ୍‌ଘାଟନ କରିଥିଲେ । କେନ୍ଦ୍ରାପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ମମତା ଦାସଙ୍କ ତତ୍ତ୍ୱାବଧାନରେ ଡାକ୍ତର ମିର୍ଜା ବାବର ବେଗ୍‌, ଡାକ୍ତର […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading