ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପାଇଁ ସରକାରୀ ଘୋଷଣାନାମା ସଂପୂର୍ଣ୍ଣ ଫେଲ-ଜନଶକ୍ତି ପାର୍ଟି

blank
ପଟ୍ଟାମୁଣ୍ଡାଇ ୧୨/୫ -କେନ୍ଦ୍ରାପଡା ଜିଲାବାସୀଙ୍କୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ଦିନ ହେଉ ବା ରାତି, ନିୟମିତ ଘଂଟା ଘଂଟା ବିଦ୍ୟୁତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ସହିତ ଅଘୋଷିତ ବିଦ୍ୟୁତକାଟ ବନ୍ଦ ପାଇଁ ସରକାର କଡା ନିର୍ଦେଶ ଦେଇଛନ୍ତି ।ସହର ହେଉ ଅବା ଗ୍ରାମାଂଚଳ ପ୍ରତି ଦିନ ଟାଟା ପାୱାର ୪ ରୁ ୫ ଘଂଟା ବିଦ୍ୟୁତ କାଟ କରୁଛି । ଆକାଶରେ କଳା ବାଦଲ ଢ଼ାଙ୍କିଲେ, ଗଛପତ୍ର ସାମାନ୍ୟ ଦୋହଲିଲେ, ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟ ହେବାନେଇ ହିତାଧିକାରୀଙ୍କ ମଧ୍ୟରେ ବଢ଼଼ୁଥିବା ଅସନ୍ତୋଷ କ୍ରମେ ଆନ୍ଦୋଳନର ରୂପ ନେବାକୁ ବସିଛି। କେବଳ ସେତିକି ନୁହେଁ, ମରାମତି ଆଳରେ ଦିନବେଳା ଘଂଟା ଘଂଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଯେତିକି ନିରାଶ କରିଛି ସନ୍ଧ୍ୟା ହେବା ମାତ୍ରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ସହରବାସୀଙ୍କୁ ସେତିକି ଯନ୍ତ୍ରଣା ଦେଇଛି। ଏତଦ୍‌ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍ କାଟ ଗ୍ରୀଷ୍ମଋତୁରେ ସହର ଗରିବ ଲୋକଙ୍କୁ ଉଷ୍ମତାକୁ ଦ୍ୱିଗୁଣିତ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରିଛି ବୋଲି ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଆଇନଜୀବୀ ପ୍ରଦୀପ ଦାଶ କ୍ଷୋଭର ସହ ଏହା କହିଛନ୍ତି। ସେ କହିଛନ୍ତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୧୦ଟା ପର ଠାରୁ ସହର ବଜାର ଶୂନସାନ ହୋଇପଡୁଛି । ଲୋକମାନେ ହାଟ ସଉଦା ଓ ଔଷଧପତ୍ର ଭଳି ଜରୁରୀ ଆବଶ୍ୟକତା ପୂରଣ ପାଇଁ ନାହିଁନଥିବା ଦୁର୍ଦଶା ଭୋଗ କରୁଛନ୍ତି । ସାଧାରଣ ପଥଚାରୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଅଧ୍ୟାବଧି ଜଳଛତ୍ର ଖୋଲା ଯାଇନାହିଁ । ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ନଳକୂପ ଅଚଳ ହୋଇ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି । ଗତ ପ୍ରାୟ ୩/୪ଦିନ ହେବ ଦିନର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କୂଅ ପୋଖରୀ ଶୁଖିବାକୁ ବସିଲାଣି । ପ୍ରବଳ ଗରମ ଗୁଳଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଦ୍ୟୁତ ଉପରେ ବିଶେଷ ଭାବେ ନିର୍ଭର କରୁଛନ୍ତି । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ସହିତ ଅଘୋଷିତ ବିଦ୍ୟୁତକାଟ ବନ୍ଦ ପାଇଁ ଭାଜପା ସରକାର କଡା ନିର୍ଦେଶ ଦେଇଛନ୍ତି । ମାତ୍ର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଘୋଷିତ ବିଦ୍ୟୁତ କାଟ ଲାଗି ରହିଛି । ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପାଇଁ ସରକାରୀ ଘୋଷଣାନାମା ସଂପୂର୍ଣ୍ଣ ଫେଲ ମାରିଛି । ନୂତନ ଭାଜପା ସରକାରଙ୍କ କଥା ଓ କାମରେ ତାଳମେଳ ରହୁନାହିଁ । ଯାହାଫଳରେ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ତ୍ରାହି ତ୍ରାହି ଡାକ ଦେଲେଣି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ସମ୍ଭାବନା ବଢ଼ିବାରେ ଲାଗିଛି । ଚାଷ ମୁଲିଆ ଓ ସାଧାରଣ ଜନତା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅତିଷ୍ଠ ହୋଇ ପଡିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ତୁରନ୍ତ ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଦାଶ ଦାବୀ କରିଛନ୍ତି ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ନୂଆଗାଁରେ ଅଷ୍ଟମପ୍ରହର ନାମଯଜ୍ଞ

Mon May 12 , 2025
ପଟ୍ଟାମୁଣ୍ଡାଇ ତା ୧୨/୫- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ୯ନଂ ୱାର୍ଡ ନୂଆଗାଁ ଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ଧରି ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଶୁଭଧିବାସ, ନାମ ସଂକ୍ରିତନ ଓ ନଗର କୀର୍ତନ ଅନୁଷ୍ଠିତ ହୋଇ ଥିଲା । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନେ ଠାକୁରଙ୍କ ପୂଜାର୍ଚନା ଓ ସମସ୍ତ ପୂଜାଵିଧି ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ଏହି ମହାର୍ଘ୍ୟ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading