ଅଣ୍ଢରା ଶ୍ରୀରାମ ମନ୍ଦିରରେ ରାମ ଚରିତ ମାନସ ପାରାୟଣ

blank
ପଟ୍ଟାମୁଣ୍ଡାଇ ୧୪/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଶ୍ରୀରାମ ସେବକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୪୩ତମ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଗତ ୫ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ସେବକ ସଂଘ ସଭାପତି ବସନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଉପସଭାପତି ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀ କଲେଜ ଅଧ୍ୟାପକ ଡ଼ଃ ଚିନ୍ମୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀରାମ କଥାମୃତ ଉପରେ ଆଲୋକପାତ କରିଥିଲେ । ୯ ଦିନ ବ୍ୟାପି ଆୟୋଜିତ ପାରାୟଣ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସୁକାନ୍ତ କୁମାର ପାଢ଼ୀ, ନାମାଚାର୍ଯ୍ୟ ବାୟା ବାବା ଆଶ୍ରାମର ସାଧୁ ପୂଜ୍ୟପାଦ ବାବା ହୃଷିକେଶ ଦାସ ମହାରାଜ, ଦାଣ୍ଡିସାହି ପାଦୁକା ଆଶ୍ରମ ବାବା କଳ୍ପତରୁ ଦାସ ମହାରାଜ ଯୋଗ ଦେଇ ପ୍ରବଚନ ପାଠ କରିଥିଲେ । ବ୍ୟାସ ବଂଶୀଧର ଦାସ ପ୍ରତ୍ୟହ ଶ୍ରୀରାମ ଚରିତ ମାନସ ଓ ହନୁମାନ ଚାଳିଶା ଗାନ କରିଥିଲେ। କର୍ମକାଣ୍ଡ ବିଶାରଦ ପଣ୍ଡିତ ପ୍ରଦୀପ ପାଢ଼ୀ ଓ ଗୁରୁଚରଣ ପଣ୍ଡା ସମସ୍ତ ନୀତିକାନ୍ତି ସମ୍ପାଦନ କରିଥିଲେ । ଏଇ ଅବସରରେ ସହସମ୍ପାଦକ ସାମଜିକକର୍ମୀ ଚିତ ରଞ୍ଜନ ମଲ୍ଲିକ ସଭାପତିତ୍ୱରେ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମ ସହିତ ଆଧ୍ୟାତ୍ମିକ ଓ ସାରସ୍ୱତ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ କବି ପ୍ରମୋଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୯ ଦିନ ବ୍ୟାପି ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରତ୍ୟେହ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପଲାଇ, ମହେଶ୍ୱର ବାରିକ, ଅମିତାଭ ନାୟକ, ରାଜକିଶୋର ମହାନ୍ତି ଓ ମଞ୍ଜୁଲତା ପୁହାଣ ପ୍ରମୁଖ ପରିଚାଳନା କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ସମିତିର ଏକ ଜରୁରୀ ବୈଠକ

Mon Apr 14 , 2025
କେନ୍ଦ୍ରାପଡା,୧୪ା୪: ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦୁହୁରିଆସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଓଷ୍ଠା ସଭାପତି ଅଶୋକ କୁମାର ପରିଜାଙ୍କ ସଭାପତିତ୍ୱରେ ସରକାରଙ୍କ ଦ୍ୱାରା ପ୍ରଚଳିତ ୟୁଏଏସ୍ ପୋର୍ଟାଲ ସିଷ୍ଟମ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ୪ ତାରିଖଠାରୁ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading