ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ଙ୍କ ଧୋୟାଞ୍ଚଳ ଗସ୍ତ

blank
ପଟ୍ଟାମୁଣ୍ଡାଇ ତା ୧୦/୪- ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦ୍ରାପଡ଼ା ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା, ଅମୃତ ମଣୋହି, ବଲୁରିଆ ଆଦି ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ ଅଣ୍ଢରା ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ପ୍ରଥମେ ଅଣ୍ଢରା ଶ୍ରୀରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେଇ ପରେ ପରେ ବଲୁରିଆ ପଂଚାୟତର ମଉନେଇ ଠାକୁରାଣୀ ପୀଠ ଠାରେ ଆୟୋଜିତ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ବିଜେପି ନେତ୍ରୀ ଶ୍ରୀମତୀ ସେଠୀଙ୍କ ସହିତ ୧୫ନଂଜୋନ ବିଜେପି ସଭାପତି ଅରୋଶିଷ ରାଉତ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମଲ୍ଲିକ ଯୁବ ନେତା ସୁଶାନ୍ତ ବାରିକ, ପ୍ରଶାନ୍ତ ସ୍ୱାଇଁ ,ଶ୍ରୀକାନ୍ତ ସାହୁ,ଜ୍ୟୋତି ପ୍ରକାଶ ଦାସ, ଗଗନ ମଳିକ,କୁଞ୍ଜବିହାରୀ ମଳିକ,ରାଜକିରଣ ରାଉତ,ସଂଜୀବ ରାଉତ, ବିପିନି ସାହାଣି, କୁମୁନ୍ଦ କାନ୍ତ ରାଉତ, ପ୍ରଫୁଲ୍ଲ କୁମାର ସାହାଣୀ, ବିଜୟ ପ୍ରଧାନ ବହୁ ବିଜେପି ନେତା କର୍ମକର୍ତ୍ତା ସାମିଲ ହୋଇ ଧୋୟାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବାର୍ଷିକ ସମାରୋହ

Thu Apr 10 , 2025
କେନ୍ଦ୍ରାପଡା,୧୦ା୪: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ ସଂଘର ୪୨ତମ ବାର୍ଷିକ ସମାରୋହ କେନ୍ଦ୍ରାପଡା ସଦରଥାନା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ୍ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading