ପଟ୍ଟାମୁଣ୍ଡାଇ ୧୦/୪ – ଉତ୍କୃଷ୍ଟତା ଏବଂ ମହିଳା ସଶକ୍ତିକରଣର ଏକ ଦୀପ୍ତିମାନ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଡାକ୍ତର ବାସୁଦେବ ପାତ୍ରଙ୍କ ବୋହୁ ଓ ଶିଳ୍ପଦ୍ୟୋଗୀ ଗୌରବ ପାତ୍ରଙ୍କ ପତ୍ନୀ ମୀନାକ୍ଷୀ ମହାନ୍ତିଙ୍କୁ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂତା ମହିଳା କୃତି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ୱାର୍ଡଲୁମ ଓ ଖ୍ୟାତିନାମା ଲେଖକ କରଣ ପୁରୀଙ୍କ ପୌରହିତ୍ୟରେ ଗୁରୁଗ୍ରାମ ସେକ୍ଟର ୨୯ରେ ଅବସ୍ଥିତ ର୍ୟାଡିସନ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ବିଭିନ୍ନ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ପ୍ରେରଣାଦାୟୀ ମହିଳାମାନେ ଯୋଗ ଦେଇଥିଲେ । ସୂତା ପକ୍ଷରୁ ମହିଳା ସଶକ୍ତିକରଣ ଯାତ୍ରାକୁ ଆଲୋକିତ କରିବା ଓ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଛି । ଏଇ ଅବସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କ ଉତଥାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୀନାକ୍ଷୀ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଗହଣରେ ଅନେକ ଚିନ୍ତନପ୍ରଦ ଚର୍ଚ୍ଚା ସଭା, ସାଂସ୍କୃତିକ ପ୍ରଦର୍ଶନୀ ଓ ହୃଦୟସ୍ପର୍ଶୀ ସଫଳତା କାହାଣୀ ବର୍ଣନା କରାଯାଇଥିଲା । ୱାର୍ଡଲୁମ କ୍ରିଏଟିଭ ଭେଂଚରର ସ୍ଥାପକ ନିର୍ଦେଶ କ ତପୋବ୍ରତି ଦାସ ସମଦ୍ଦାର “ମୀନାକ୍ଷୀ ମହାନ୍ତିଙ୍କ ପରି ପ୍ରେରଣା ଦାୟୀ ମହିଳାମାନଙ୍କୁ ସମ୍ମାନିତ କରି ସଂଗଠନ ଗର୍ବିତ ଓ ସେମାନଙ୍କର କୃତି ଓ ଅଦମ୍ୟ ଚେଷ୍ଟା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ପ୍ରକାଶ କରିଥିଲେ । ଆତ୍ମବିଶ୍ୱାସ ଓ ସଶକ୍ତିକରଣର ମହତ୍ୱପୂର୍ଣ୍ଣ ବାର୍ତା ଦେବା ପାଇଁ ସୂତା ଭାରତରେ ମହିଳା ପରିବର୍ତନକାରୀମାନଙ୍କୁ ସମ୍ମାନ ଓ ସମର୍ଥନ ଦେବାର ଏକ ପ୍ରମୁଖ ମଂଚ ପାଲଟି ଯାଇଛି ।
Discover more from
Subscribe to get the latest posts sent to your email.