ପଟ୍ଟାମୁଣ୍ଡାଇ ତା ୩୧/୫- ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ପ୍ରାଧ୍ୟାପକ ରଂଜିତ ସେନାପତି ଶନିବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଉଭୟ ବିଦାୟୀ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ଓ ପ୍ରାଧ୍ୟାପକ ସେନାପତିଙ୍କୁ କଲେଜ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ସହିତ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ଼ ଦୁଃଶାସନ ପରିଡା ବିଦାୟୀ ଅଧ୍ୟକ୍ଷଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ଼ ଦୁଃଶାସନ ପରିଡାଙ୍କ ଯୋଗଦାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
Discover more from Lokamata Odisha
Subscribe to get the latest posts sent to your email.