କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ଶନୈଶ୍ଚର ଜଳାଭିଷେକ ଓ ମହାଯଜ୍ଞ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା ୩ା୫: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା ୩୦ମିନିଟ୍‌ରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆବସ୍‌ଷ୍ଟାଣ୍ଡ ଶନିଘାଟରୁ ପାଣି ଆଣି ଘଟସ୍ଥାପନ କରିଥିଲେ । ପ୍ରାତ ୮ଟା ୩୦ମିନିଟ୍‌ରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହିତ ରାତ୍ର ୧୦ଟା ୩୦ମିନିଟ୍‌ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ତିନିମୂହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କୋର୍ଟ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ସ୍ଥିତ ଶନି ମନ୍ଦିରରେ କେନ୍ଦ୍ରାପଡା ସହର ଓ ସହରଆଖପାଖ ଅଞ୍ଚଳରୁ ବହୁ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଆସି ଶନିଙ୍କ ନିକଟରେ ଜଳାଭିଷେକ କରିବା ପରେ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ରାଜନୈତିକ ଦଳର ବହୁ ନେତାମାନେ ଆସି ଶନି ଦେବତାଙ୍କ ଆର୍ଶୀବାଦ ନେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପତ୍ରପୁରରେ ଦ୍ୱିତୀୟ ବ୍ରିଜ ଓ ପଟ୍ଟାମୁଣ୍ଡାଇ-କାଠିଆପଡା ରାସ୍ତା ଏବଂ ରାଜନଗର ଜୁନସୁନଗର ରାସ୍ତା ପାଇଁ ୩ଶହ ୩୨ କୋଟି ଟଂଙ୍କା ମଂଜୁର

Sat May 3 , 2025
ପଟ୍ଟାମୁଣ୍ଡାଇ୩/୪- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳିକୁ ସଂଯୋଗ କରୁଥିବା ପତ୍ରପୁର ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ଏହି ବ୍ରିଜ ପାଇଁ ରାଜ୍ୟ ସରକାର ୩ଶହ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ସେହିପରି ଭାବରେ ପଟ୍ଟାମୁଣ୍ଡାଇ-କାଠିଆପଡା ୧୪ କିମି ରାସ୍ତା ପାଇଁ ୧୫ କୋଟି ୫୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେହିପରି ଜୁୁନାଗଡ-ସିଲପୋଖରୀ-ଜୁନସନଗର-ପଂଚୁପଲ୍ଲୀ ରାସ୍ତା ପାଇଁ ୯ କୋଡି ୩୩ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading