ଅଳପୁଆ ବ୍ରାହ୍ମଣୀ ସେତୁ ନିମନ୍ତେ ୧୬୮କୋଟି ଟଙ୍କା ମଂଜୁର, ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

blank
ପଟ୍ଟାମୁଣ୍ଡାଇ ୮/୬- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର ଅଳପୁଆ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବହୁଦିନ ଧରି ଦାବୀ କରିଆସୁଥିଲେ । ରାଜ୍ୟ ଭାଜପା ସରକାର ଅଳପୁଆ ବ୍ରାହ୍ମଣୀ ସେତୁ ନିମନ୍ତେ ୧୬୮କୋଟି ଟଙ୍କା ମଂଜୁର କରିଛନ୍ତି । ଏଥିନେଇ ୧୫ନଂ ଜୋନ ଭାଜପା ମଣ୍ଡଳ ପକ୍ଷରୁ ସଭାପତି ଆରୋଶିଷ ରାଉତଙ୍କ ପୌରହିତ୍ୟରେ ଶନିବାର ଅଳପୁଆ ବ୍ରାହ୍ମଣୀ ନଦୀ ଘାଟ ନିକଟରେ ଏକ କୃତଜ୍ଞତା ସଭାରେ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଭାଜପା ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବାରୁ ସମଗ୍ର ଓଡିଶା ଓ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ବିକାଶର ପରିଭାଷା ବଦଳି ଯାଇଛି । କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ଓ ମେଡିକାଲ କଲେଜ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନେବା ସହିତ ଧୋୟାଂଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଅଳପୁଆ ସେତୁ ପାଇଁ ୧୬୮ କୋଟି ଟଙ୍କା ମଂଜୁର କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଯାଜପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏହି ସେତୁ ନିର୍ମାଣ ସଂପୂର୍ଣ୍ଣ ହେଲେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାବାସୀ ଉତମ ଗମନାଗମନ ସୁବିଧା ପାଇବା ସହିତ ଉଭୟ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ ପ୍ରକାଶ କରିବା ସହିତ ଏଥି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କ୍ଷେତ୍ରରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସଭାରେ ପୂର୍ବତନ ମଣ୍ଡଳ ଭାଜପା ସଭାପତି ନଳିନୀକାନ୍ତ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳ,ଭାଜପା ଯୁବନେତା ଶଶିକାନ୍ତ ସ୍ୱାଇଁ,ଶକ୍ତି ରଞ୍ଜନ ବିଶ୍ୱାଳ, ନାରୀନେତ୍ରୀ ସନ୍ଧ୍ୟା ରାଣୀ ମଲିକ,ଦୟାନିଧି ବଳ, ମନମୋହନ ପାତ୍ର, ଦୀପକ ଭଦ୍ର ବ୍ରଜ କିଶୋର ଧଳ,ସମୀର ଦାସ, ବିଚିତ୍ରାନନ୍ଦ ପ୍ରଧାନ, କିଶୋର ରାଉତ, ଦୀପକ ଦାସ ପ୍ରମୁଖ ଭାଷଣ ଦେଇ ୧୫ନଂ ଜୋନ ଧୋୟାଂଚଳ ବିକାଶ ଓ ଅଳପୁଆ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ତ ମନ୍ତୀ ପୃଥ୍ୱୀରାଜ ହରି ଚନ୍ଦନ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଏପଟରେ ବୃକ୍ଷ ରୋପଣ , ସେପଟରେ ଗଛ କଟା

Sun Jun 8 , 2025
ବୃକ୍ଷ କଟା ନିରୋଧ ଆଇନ୍ ଆବଶ୍ୟକ ବନୀକରଣର ହିସାବ ନାହିଁ ବିକାଶ ନାଁରେ ଅବାଧ ଗଛ କଟା ପଟ୍ଟାମୁଣ୍ଡାଇ୭/୬ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରିକରଣର କଂକ୍ରିଟ୍ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। ବ୍ୟକ୍ତିଗତ ହେଉ ଅଥବା ସରକାରୀ ଜାଗା ପ୍ରତିଦିନ କିଛିନା କିଛି ଗଛ ବଳିପଡ଼ୁଛି । ପ୍ରକଳ୍ପ ପାଇଁ କେଉଁଠି ୬୦ ବର୍ଷର ଗଛ ଟଳିପଡ଼ୁଛି ତ ଆଉ କେଉଁଠି ୪ରୁ ୫ ବର୍ଷର ଜଙ୍ଗଲ କଟୁଛି । […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading