କେନ୍ଦ୍ରାପଡ଼ା, ୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମହାକାଳପଡ଼ା ମାନ୍ୟବର ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଉପସ୍ଥିତ ଥିଲେ। ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ ସହ ତ୍ରିରଙ୍ଗା ରାଲିରେ ମାଉସୀମା ମନ୍ଦିର ଠାରୁ ବଳଦେବ ଜିଉ ମନ୍ଦିର ପର୍ଯ୍ୟନ୍ତ ସାମିଲ ହେବେ। ପରେ ବଳଦେବଜିଉଁଙ୍କୁ ଦର୍ଶନ ଏବଂ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିବା ସହିତ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯିବ ସେଥିପ୍ରତି ପ୍ରସ୍ତୁତିକୁ ଜୋରଦାର କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତା କାଲି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅସ୍ଥାୟୀ ହେଲି ପ୍ୟାର୍ଡରେ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି ।
Discover more from Lokamata Odisha
Subscribe to get the latest posts sent to your email.