କେନ୍ଦ୍ରାପଡ଼ା,୨୦ା୩: କେନ୍ଦ୍ରାପଡ଼ା ଜିଲ୍ଲାରେ ବାଲି ଚୋରି ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଯେଉଁ ନିଲାମଧାରୀମାନେ ବାଲି ସୈରାତ ନିଲାମ ନେଇଛନ୍ତି ସେମାନଙ୍କ ଠାରୁ ରାଜସ୍ୱ ଆଦାୟ ହୋଇପାରୁନାହିଁ। ଏହାଦ୍ୱାରା ସରକାରଙ୍କ ରାଜସ୍ୱହାନୀ ହେଉଛି। ତେବେ ପ୍ରଶାସନ ପକ୍ଷରୁ ନିଲାମଧାରୀଙ୍କ ବିରୋଧରେ କୋହଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ଜିଲ୍ଲାରେ ଯେଉଁ ବ୍ୟକ୍ତିମାନେ ବାଲି ସୈରାତ ନିଲାମ ନେଇଛନ୍ତି ସେମାନଙ୍କ ଉପରେ ପ୍ରାୟ ୫ କୋଟି ଟଙ୍କା ବକେୟା ପଡିରହିଛି ବୋଲି ସୂଚନା ମିଳିଛି । ମହାକାଳପଡ଼ାରେ ଥିବା ମହାନଦୀର ନଳଦିଆ ବାଲି ସୈରାତକୁ ନୀଳକଣ୍ଠ ବାରିକ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୬ଲକ୍ଷ ୧୪ହଜାର ୯୪୫ ଟଙ୍କା ବାକି ପଡିଛି। ମାର୍ଶାଘାଇର କରାଣ୍ଡିଆ ନଦୀ ବାଲି ସୈରାତକୁ ଚିତ୍ତରଞ୍ଜନ ମଲ୍ଲ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୯,୧୮,୪୩୨ ଟଙ୍କା ବାକି ପଡିଛି। ମାର୍ଶାଘାଇ ଚିତ୍ରୋତ୍ପଳା ନଦୀ ବାଲି ସୈରାତକୁ ରଜତ ପାତ୍ର ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୩ ଲକ୍ଷ୧୧୪ ଟଙ୍କା ବାକି ପଡିଛି। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀର ତରଡିପାଳ ବାଲି ସୈରାତକୁ ଶ୍ରୀବତ୍ସ ମହାନ୍ତି ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୬୭ଲକ୍ଷ ୪୦ହଜାର ୩ଶହ ଟଙ୍କା ବାକି ପଡିଛି। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀନଦୀ ପେଣ୍ଠପାଳ ବାଲି ସୈରାତକୁ ବଂଶୀଧର ସ୍ୱାଇଁ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧କୋଟି ୪୫ ଲକ୍ଷ ୨୪ହଜାର୨୫୪ ଟଙ୍କା ବାକି ପଡିଛି। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀର ଅଳପୁଆ ବାଲିଘାଟକୁ ମହମ୍ମଦ ଜୁନେଦ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ବାକି ପଡିଛି ୧ କୋଟି୨୨ଲକ୍ଷ ୮୪ ହଜାର ୯୧୬ ଟଙ୍କା। ଆଳିର ଖରସ୍ରୋତା ନଦୀର ଅର୍ଗଳ ବାଲି ଘାଟକୁ ବିକ୍ରାନ୍ତ ନାରାୟଣ ପଣ୍ଡା ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୬ଲକ୍ଷ ୪୭ ହଜାର ୬୭୧ ଟଙ୍କା ବାକି ପଡିଛି। ଆଳିର ଖରସ୍ରୋତା ନଦୀର ପାନପେଣ୍ଠ ଦେସାହି ବାଲିଘାଟକୁ ସ୍ୱାଗତିକା ପାତ୍ର ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୫ ଲକ୍ଷ ୬୪ ହଜାର ୮୩୫ ଟଙ୍କା ବାକି ପଡିଛି। ଆଳି ଖରସ୍ରୋତାର ଗୋବିନ୍ଦପୁର ବାଲି ଘାଟକୁ ହରେକୃଷ୍ଣ ଧଳ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୩ ଲକ୍ଷ ୮୫ ହଜାର ୩୭୬ ଟଙ୍କା ବାକି ପଡିଛି। ବ୍ରାହ୍ମଣୀ ନଦୀର ନୂଆପଡ଼ା ବାଲିଘାଟକୁ ମନୋରଞ୍ଜନ ମିଶ୍ର ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୧ ଲକ୍ଷ ୪୪ ହଜାର ୭୧୫ ଟଙ୍କା ବାକି ପଡିଛି। ବ୍ରାହ୍ମଣୀ ନଦୀର ଗଙ୍ଗାଧରପୁର ବାଲିଘାଟକୁ ଗୀତାଞ୍ଜଳୀ ସେନାପତି ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୦ ଲକ୍ଷ ୧୫ ହଜାର ୭୧୦ ଟଙ୍କା ବାକି ପଡିଛି। ଡେରାବିଶ ବ୍ଲକ ବିରୁପା ନଦୀ ମଙ୍ଗଳପୁର ବାଲି ଘାଟକୁ ସତ୍ୟଜିତ ଦାସ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୩୭ ଲକ୍ଷ ୫୧ ହଜାର ୭୩୧ ଟଙ୍କା ବାକି ପଡିଛି। ରାଜକନିକା ବ୍ଲକ ଖରସ୍ରୋତା ନଦୀର ଚରପଡ଼ା ବାଲିଘାଟକୁ ଅରୁଣ କୁମାର ନାୟକ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୯ ଲକ୍ଷ ୯୯ ହଜାର ୩୩୮ ଟଙ୍କା ବାକି ପଡିଛି। ରାଜକନିକା ବ୍ଲକର ବୈତରିଣୀ ନଦୀ କନପୁର ବାଲିଘାଟକୁ ଅରୁଣ କୁମାର ନାୟକ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୧ ଲକ୍ଷ ୬୦ହଜାର ୨୮୨ ଟଙ୍କା ବାକି ପଡିଛି। ଗରଦପୁର ବ୍ଲକ ପାଇକା ନଦୀର ପୁଣ୍ଡିଲୋ ବାଲି ଘାଟକୁ ନାରାୟଣ ରାଉତ ନିଲାମ ନେଇଥିବା ବେଳେ ତାଙ୍କ ଉପରେ ୧୭ ଲକ୍ଷ ୬୦ ହଜାର ୪୭୨ ଟଙ୍କା ବାକି ପଡିଛି। ବେଆଇନ୍ ବାଲି ଉଠାଣ ଉପରେ ସଂଗ୍ରାମ ଜାରି ରଖିଥିବା ଆଇନ୍ଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ପ୍ରଶାସନ ଓ ନିଲାମଧାରୀଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ରହିଛି। ଯାହା ଫଳରେ ରାଜସ୍ୱ ଆଦାୟ ହେଉନାହିଁ। ରାଜସ୍ୱ ଆଦାୟ ହେଲେ ସରକାରୀ ଖାତାରେ ଏହି ଅର୍ଥ ରହିବ। ଫଳରେ ସରକାର ମୂଳ ଟଙ୍କାର ସୁଧ ପାଇ ପାରିବେ। ହେଲେ ବାଲି ନିଲାମଧାରୀମାନେ ରାଜସ୍ୱ ପୈଠ ନ କରି ସେହି ଟଙ୍କାରେ ଅନ୍ୟ ବ୍ୟବସାୟ କରୁଛନ୍ତି। ସେଥିରୁ ଯାହା ଲାଭ କରୁଛନ୍ତି ପ୍ରଶାସନିକ ଅଧିକାରୀଙ୍କୁ ପୋଶୁଛନ୍ତି। ଫଳରେ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଖଣି ଅଧିକାରୀ ରଞ୍ଜିତ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେଉଁମାନେ ବକେୟା ଦେଇ ନାହାଁନ୍ତି ସେମାନଙ୍କୁ ନୋଟିସ ପଠା ଯାଇଛି। ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Discover more from
Subscribe to get the latest posts sent to your email.