
ପଟ୍ଟାମୁଣ୍ଡାଇ୧୯ା୨:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ପାଶ୍ୱରେ ଜଣେ ଠିକାଦାର ନୟନଜୋରି ପୋତେଇ ପାଇଁ ମାଟି କାମ କରିଥିଲେ । ହେଲେ କମବେଳେ ପିଚୁ ରାସ୍ତାରେ ଚିକିଟା ମାଟି ପଡିରହିଥିଲା । ବୁଧବାର ସଂନ୍ଧ୍ୟାରେ ବାର୍ଷା ହେବାରୁ ମାଟି ରାସ୍ତାକୁ ବୋହିଆସି କାଦୁଅ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଚଳାଚଳ କରୁଥିବା ଗାଡ଼ି ଚକା ଖସି ୨ ବାଇକ ଆରୋହୀ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଚିକିତ୍ସା ହେଉଛନ୍ତି। ଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇବାରୁ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହୀନ ନିୟୋଜିତ କରାଯାଇ ରାସ୍ତା ସଫେଇ କାର୍ଯ୍ୟ ଚାଲିଥିବା ଦେଖିବକୁ ମିଳିଛି ।
ଏହି ରାସ୍ତା ସ୍ଥାନୀୟ ଅଂଚଳର ଲାଇଫ୍ଲାଇନ୍ କହିଲେ ଚଳେ। ପ୍ରତିଦିନ ଏହି ରାସ୍ତାରେ ପାଖାପାଖି ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରନ୍ତି। ଏଠି ଏକାଧିକ ଶିକ୍ଷାନୁଷ୍ଠାନ ରହିଛି। ଏହି ରାସ୍ତା ଦେଇ ଲୋକେ ପଟ୍ଟାମୁଣ୍ଡାଇ, ରାଜନଗର, ଭିତରକନିକା ମହାକାଳପଡା, ବଡପଡା ଆଦି ବଜାରକୁ ଲୋକେ ଯାତାୟାତ କରନ୍ତି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ପ୍ରଶାସନ ଅଣଦେଖା କରି ହତଆଦର କରି କେତେକ ଲୋକେ ଏପରି କରୁଥିବାରୁ ତହସିଲଦାର ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
Discover more from
Subscribe to get the latest posts sent to your email.