ପଟ୍ଟାମୁଣ୍ଡାଇ ୨୬/୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ଶୁକ୍ରୁବାର ସନ୍ଧ୍ୟାରେ ନିରବ ପାର୍ଥନା ଓ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ ନାଗରିକ ମଂଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଚିତ ବିନୋଦନ ଗୃହ ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଦୁର୍ଯୋଧନ ପରିଡା, ରମେଶ ଚନ୍ଦ୍ର ଜେନା, କୈଳାଶ ଚନ୍ଦ୍ର ପାତ୍ର, ନରହରି ଲେଙ୍କା, ଗୋଲକ ଚନ୍ଦ୍ର ମହାରଣା, ବିଜୟ ସାହୁ, ଚର୍ତୁଭୂଜ ରାଉଳ,ନୃସିଂହ ପ୍ରସାଦ ଚୌଧୁରୀ, ଶିକ୍ଷାବିତ ଶଚିନନ୍ଦନ ଦାସ, ତପନ ପାତ୍ର, କବି. ଶଚିତ୍ର ବେହୁରା,ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା, ତ୍ରୈଲୋକ୍ୟେ ପ୍ରସାଦ ମିଶ୍ର, ଗାଳ୍ପିକ ପ୍ରଦୀପ ନାୟକ, ଗର୍ନ୍ଧବ ଲେଙ୍କା, ଜଗନ୍ନାଥ ନାୟକ ଓ କହ୍ନାଇ ଚରଣ ପରିଡା ପ୍ରମୁଖ ଯୋଗଦେଇ କାଶ୍ମୀର ଉପତ୍ୟାକା ପହଲିଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ଯେପରି ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ବାଛି ବାଛି ନୃଶପ୍ସସଭାବେ ପରିବାର ସ୍ୱଜନ ମାନଙ୍କ ସମ୍ମୁଖରେ ଗୁଳିମାରି ହତ୍ୟା କଲେ ତାହା ଏକ ହୁଦୟବିଦାରକ ଘଟଣା । ସମଗ୍ର ଦେଶ ପାଇଁ ଏହା ଏକ ବଡ ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ । ଦେଶରୁ ସମ୍ପୂର୍ଣ୍ଣ ଭାବେ ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି ସ୍ୱର ଉଠାଇବା ସହ ଘଟଣାକୁ ନିନ୍ଦା କରିଥିଲେ । ଏହି ଦୁଖଦାୟକ ଘଟଣାରେ ମଂଚ ପକ୍ଷରୁ ଦିବଗଂତ ଆତ୍ମାଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରି ସେମାନଙ୍କ ସୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.