ବିଲିକଣା ପଂଚାୟତକୁ ପୁରସ୍କୃତ କଲେ ରାଜସ୍ୱ ମନ୍ତ୍ରୀ

blank
ପଟ୍ଟାମୁଣ୍ଡାଇ ତା ୨୫/୪- ଜାତୀୟ ପଂଚାୟତରାଜ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ଉତ୍ସବରେ ସୁଶାସନ, ସ୍ୱଚ୍ଛ ଭାରତ ମିଶନ ସଫଳତା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରୀତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଲିକଣା ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ଏ ଗ୍ରେଡ଼ ମାନ୍ୟତା ପାଇବା ସହିତ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛି ।  ଏହି ଉପଲକ୍ଷେ ଜିଲ୍ଲା ସ୍ତରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀଙ୍କୁ ପୁରସ୍କୃତ କରିବା ସହିତ ୭ଲକ୍ଷ ୭୨ହଜାର ୯୪୬ଟଙ୍କାର ଚେକ ପ୍ରଦାନ କରିଛନ୍ତି ।  ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ବିଲିକଣା ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବାରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, କନିଷ୍ଠ ଯନ୍ତ୍ରୀ,ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ , ଆଟାକ୍‌ବେଳେ ସେଠାରେ କାହିଁକି ନ ଥିଲେ ସେନା ବିରୋଧୀଙ୍କ ପ୍ରଶ୍ନ

Fri Apr 25 , 2025
ନୂଆଦିଲ୍ଲୀ,୨୫/୪: ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ କେନ୍ଦ୍ର ସରକାର ଡାକିଥିଲେ। ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଏହି […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading