କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ପାଇଁ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଇଏମଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତମାସ ୨୯ତାରିଖ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ୪ଟି ଶ୍ରମକୋର୍ଡର ପ୍ରତ୍ୟାହାର ଓ ଶ୍ରମିକ କଲ୍ୟାଣ ବୋର୍ଡର ରାଜନୀତିକରଣ ପ୍ରତିବାଦରେ ଆଗାମୀ ମଇମାସ ୨୦ତାରିଖରେ ଧର୍ମଘଟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରଥମେ କମ୍ରେଡ ଦିବାକର ନାୟକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ସିଟୁର ଜଗତଜୀବନ ଦାଶ, ଆଇଏନଟିୟୁସିର ବାବାଜୀ ଧଳ, ଶ୍ରମିକ ନେତା ଫକୀର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ବସନ୍ତ ମଲ୍ଲିକ, ଏଲିନା ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ଶ୍ରମିକ ନେତା ମାଧବ ଦାସ, ଆଇଏନଟିୟୁସି ସଂଯୋଜକ ପ୍ରକାଶ ଚନ୍ଦ୍ର ମହାନ୍ତି, ଆଶା ଓ ଅଙ୍ଗନୱାଡି ସଙ୍ଘ ନେତ୍ରୀ ସୋହାନା ବେଗମ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂସଗ୍ରହଣ କରିଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସ୍ବାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ସମ୍ମିଳନୀ

Sun Apr 20 , 2025
ପଟ୍ଟାମୁଣ୍ଡାଇ ତା୨୦/୪-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ନିତାଇ ଚୈତନ୍ୟ ହାଇସ୍କୁଲ ପରିସରରେ କେନ୍ଦ୍ରାପଡ଼ା ସ୍ଵାମୀ ବିବେକାନନ୍ଦ ଲୋକସଂଶଦ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମିଳନୀକୁ ଜଗତ କିଶୋର ଦାସ ଅଧିକାରୀ ଉଦଘାଟନ କରିଥିଲେ ।  ପ୍ରଫେସର ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା ସମ୍ମିଳନୀରେ କେନ୍ଦ୍ରାପଡ଼ା କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଡ ନନ୍ଦକିଶୋର ପରିଡ଼ା ମୁଖ୍ୟଅତିଥି,ଡ ରାମଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading