ବାଇକ ଉପରେ ଚଢିିଗଲା ଯାତ୍ରାପାର୍ଟି ଟ୍ରକ , ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

blank
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟସ୍ଥ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ଏକ ଯାତ୍ରାପାର୍ଟି ଟ୍ରକ ଏକ ବାଇକ ଉପରେ ଚଢିଯାଇଛି। ବାଇକ ଉପରେ ବସିଥିବା ଯୁବକ ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ସେ ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ଛାଞ୍ଚୁଣିଆ ଗ୍ରାମର ଖଗେଶ୍ୱର ସାହୁ(୩୮)। ସେହିପରି ଟ୍ରକଟି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମାଡି ଯାଇ ଥାନ୍ତା। ସେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ସାଇକେଲଟି ଭାଙ୍ଗି ଚୁରମାର ହୋଇଯାଇଛି। ଏଥିସହ ନିକଟରେ ଥିବା ଉଦୟନଗର ଗ୍ରାମର ନରେନ୍ଦ୍ର ପାଣିଙ୍କ ଏକ ଷ୍ଟେସନାରୀ ଦୋକାନ ଉପରେ ଟ୍ରକ ଚଢି ଯାଇଥିଲା। ଦୋକାନଟି ମଧ୍ୟ ଭାଙ୍ଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯୋଗକୁ ଦୋକାନୀ ଜଣଙ୍କ ଦୋକାନରେ ନଥିଲେ। ଯଦି ଦୋକାନରେ ଥାନ୍ତେ ତେବେ ତାଙ୍କ ଉଭରେ ମଧ୍ୟ ଟ୍ରକ ଚଢି ଯାଇଥାନ୍ତା। ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ନେଇଯାଇଥିଲା। ଖବର ନେବାରୁ ଜଣାପଡିଛି ଯାତ୍ରା ପୃଥ୍ୱୀରାଜର ଏକ ଟ୍ରକ ଯାତ୍ରାପାର୍ଟି ସାମଗ୍ରୀ ବୋଝେଇ କରି ଜଗତସିଂହପୁର ଅଭିମୁଖେ ଯାଉଥିଲା। ଡ୍ରାଇଭରର ଅସାବଧାନତା କାରଣରୁ ଟ୍ରକଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଷ୍ଟେସନାରୀ ଦୋକାନ ଉପରକୁ ମାଡି ଯାଇଥିଲା। ସେହି ଦୋକାନ ନିକଟରେ ବାଇକ ରଖି ଜଣେ ଯୁବକ ଏହା ଉପରେ ବସିଥିଲେ। ଟ୍ରକଟି ତାଙ୍କ ଆଡକୁ ମାଡି ଯାଇଥିଲା। ଫଳରେ ସେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ। କିନ୍ତୁ ଟ୍ରକଟି ବାଇକ ଉପରେ ଚଢିଯାଇ ବାଇକ୍ଟିକୁ ୩୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସେହିପରି ଦୋକାନ ନିକଟରେ ଥିବା ଏକ ସାଇକଲ ଉପରେ ଟ୍ରକ ଚଢି ଯାଇଥିଲା। ଜଣେ ବୃଦ୍ଧ ଚାଷୀ ସାଇକଲ ରଖି ନିକଟସ୍ଥ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ। ସେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୋକାନର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଅପରପକ୍ଷରେ ଦିନବେଳା ସହରରେ ଭାରୀଯାନ ଚଳପ୍ରଚଳ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ତାହାକୁ କେହି ପାଳନ କରୁନାହାଁନ୍ତି। ଯାହା ଫଳରେ ଏହିଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ଟ୍ରକକୁ ଆଣି ଆମେ ଥାନାରେ ରଖିଛୁ। କିନ୍ତୁ ଟ୍ରକ ଓ ଚାଳକଙ୍କ ବିରୋଧରେ ଏପର୍ଯ୍ୟନ୍ତ କେହି ଅଭିଯୋଗ କରି ନଥିବାରୁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନୁ ବୋଲି କହିଛନ୍ତି କେନ୍ଦ୍ରାପଡା ସଦର ଥାନାର ତଦନ୍ତକାରୀ ଅଧିକାରୀ ପୋଲିସ ସବ୍‌ଇନିସପେକ୍ଟର ବିଶ୍ୱଭୂଷଣ ସାହାଣୀ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ପାଇଁ ପ୍ରସ୍ତୁତି ବୈଠକ

Sun Apr 20 , 2025
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଇଏମଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତମାସ ୨୯ତାରିଖ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ କନଭେନସନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ୪ଟି […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading