ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ ୨୮ତମ ବାର୍ଷିକ ଉତ୍ସବ

blank
ପଟ୍ଟାମୁଣ୍ଡାଇ ୧୬/୪ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁନ୍ଦୁପୁର ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ଓ ସଂଗଠନର ପ୍ରାକ୍ତନ ସଭାପତି ଦିବଂଗତ କେଶବ ପଣ୍ଡାଙ୍କ ସ୍ମୃତି ଉଦେଶ୍ୟରେ ଏକ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଜୟ ଜଗନ୍ନାଥ ସାଂସ୍କୃତିକ ସଂଗଠନ ଆବାହକ ସତ୍ୟବ୍ରତ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଜୀବ ମଙ୍ଗଳ ଅନୁଷ୍ଠାନ ଆପୁଆ ନିର୍ଦେଶକ ବିଜୟ କବି ମୁଖ୍ୟଅତିଥି, କଥାକାର ପ୍ରଦୀପ ନାୟକ ମୁଖ୍ୟବକ୍ତା, ଅଧ୍ୟାପିକା ଭଗବତୀ ରାଉତ, ଗାଳ୍ପିକ ବିଷ୍ଣୁ ଚରଣ ଦାଶ ଓ କବି ସୁଶାନ୍ତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳା ସଂସ୍କୃତି ଓ ସାହିତ୍ୟ ଆମର ପରିଚୟ ବୋଲି ପ୍ରକାଶ କରି ଏହାର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ୧୦ଜଣ ପ୍ରତିଭାବାନ ବ୍ୟକ୍ତିତ୍ୱକୁ ମାନପତ୍ର ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କଷଣଅଂଟା ହାଇସ୍କୁଲର ଅବସରପ୍ରାପ୍ର ଶିକ୍ଷକ ସଚିତ୍ର ବେହୁରା, ସୁରେଶ ଜେନା, ସୁଲଭ ଦାସ ଓ ଖବରଦାତା ବିରଂଚି ଦାସ,ଶିକ୍ଷକ ନଟବର ସାହୁ, ମଦନପୁର କଲେଜ ଅଧ୍ୟାପକ ଶୁଭକାନ୍ତ ନାୟକ, ଶିକ୍ଷକ ନେତା ବୀର କିଶୋର ଜେନା,ମାଟିଆପଡା ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ ଶତପଥୀ, ମଦନପୁର ହାଇସ୍କୁଲ ପୂର୍ବତନ ପ୍ରଧାନଶିକ୍ଷକ କାଶୀନାଥ ନାୟକ, କୁନ୍ଦୁପୁର ଗ୍ରାମର ଶିକ୍ଷାବିତ ନଟବର ମଲିକ ଓ ଶିକ୍ଷୟତ୍ରୀ ନମିତାପ୍ରଭା ଦାଶଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାରଥିଲା । ଏଥି ସହିତ ୬୪ଜଣ ବେଦଜ୍ଞ ବ୍ରାହ୍ମଣ ଓ ୧୦ଜଣ ସଂକ୍ରିତନ ମଣ୍ଡଳୀକୁ ନେଇ ବୃନ୍ଦାବନ ହରିହାଟ ଓ ଆନନ୍ଦ ବଜାର କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି ସାହିତ୍ୟିକ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ’

Thu Apr 17 , 2025
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧୋତ୍ସବ ପଟ୍ଟାମୁଣ୍ଡାଇ ,୧୭/୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ବାବୁ)ଙ୍କ ୨୮ତମ ଶ୍ରାଦ୍ଧଦିବସ ଗୁରୁବାର ପଟ୍ଟାମୁଣ୍ଡାଇ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ସକାଳୁ ସ୍ଥାନୀୟ ବାଇପାସ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସଂନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading