ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବାର୍ଷିକ ସମାରୋହ

blank
କେନ୍ଦ୍ରାପଡା,୧୦ା୪: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ ସଂଘର ୪୨ତମ ବାର୍ଷିକ ସମାରୋହ କେନ୍ଦ୍ରାପଡା ସଦରଥାନା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ୍ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂଘର ଉପଦେଷ୍ଟା ଦିବଙ୍ଗତ ଈଶ୍ୱର ଚନ୍ଦ୍ର ସାହୁ, ସଦସ୍ୟ ମନ୍ମଥ କୁମାର ରାଉତ୍‌, ଜନାର୍ଦ୍ଦନ ଭଗତ, ଅନାଦି ଚରଣ ସିଂହଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ସଂଘର ଦାବିଗୁଡିକ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ବେହେରା ଉପସ୍ଥାପିତ ଦାବିଗୁଡିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବାସହ ଅବସର ଜୀବନରେ ପରସ୍ପର ସହ ବନ୍ଧୁତା ସ୍ଥାପନ କରି ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବ୍ରଜ କିଶୋର ଜେନା, ଅକ୍ଷୟ କୁମାର ନାୟକ, ନରୋତ୍ତମ ଜେନା, ହରେକୃଷ୍ଣ ବରାଳ, ବ୍ରଜ କିଶୋର ବିଶ୍ୱାଳ, ଅଲେଖ ଚନ୍ଦ୍ର ଦାସ, ଭରତ ଚନ୍ଦ୍ର ସାହୁ, କୃପାସିନ୍ଧୁ ସାମଲ ପ୍ରମୁଖ ନିଜ ନିଜର ଅନୁଭୂତି ଓ ସମସ୍ୟା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ତ୍ରୈଲୋକ୍ୟ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବାବେଳେ ରବୀନ୍ଦ୍ର ନାଥ ରଥ, ନରୋତ୍ତମ ପରିଡା, ବିଜୟ କୁମାର ଦାସ, ପ୍ରଭାକର ମହାନ୍ତି, ପତିତପାବନ ଲେଙ୍କା ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

Thu Apr 10 , 2025
କେନ୍ଦ୍ରାପଡା,୧୦ା୪: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଗୋପସ୍ଥିତ ରାମମନ୍ଦିରରେ ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ପ୍ରଥମ ସଭାପତି ସ୍ୱର୍ଗତ ଇଂ ମନ୍ମଥ ରାଉତ, ସଭ୍ୟ ସ୍ୱର୍ଗତ ଗୋଖେଇ ପାତ୍ର ଓ ସ୍ୱର୍ଗତ ଗୋଲଖ ଚନ୍ଦ୍ର ସାହୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍‌ପରେ ବାର୍ଷିକ ଉତ୍ସବର ସମୀକ୍ଷା […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading