ଶ୍ରମ କାର୍ଯ୍ୟାଳୟରୁ ନ୍ୟାୟ ପାଉନାହାନ୍ତି ଶ୍ରମିକ

blank
କେନ୍ଦ୍ରାପଡ଼ା,୨ା୪ : କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକମାନେ ନ୍ୟାୟ ପାଇପାରୁ ନାହାନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯେଉଁ ଅର୍ଥ ଆସୁଛି ତାହା ହେରଫେର ହୋଇଯାଉଛି। ନିର୍ମାଣ ଶ୍ରମିକଙ୍କୁ ଗୁରୁତ୍ୱ ଦିଆନଯାଇ ଅଣସଂଗଠିତ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିଅନ କମିଟି ପକ୍ଷରୁ ବୁଧବାର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛିି। ଶ୍ରମିକ ନେତା ଜଗତଜୀବନ ଦାଶ କରିଛନ୍ତି ଯେ ୭୦ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବାବଦ ଏକ କୋଟି ୪୦ଲକ୍ଷ ଟଙ୍କା ସେମାନଙ୍କ ପରିବାରକୁ ଦିଆନଯାଇ ହେରଫେର କରାଯାଇଛି। ଜଣେ ଅଣସଂଗଠିତ ଶ୍ରମିକଙ୍କ ମୃତ୍ୟୁ ହେଲେ ସପ୍ତାହକ ମଧ୍ୟରେ ତାଙ୍କ ପରିବାରକୁ ୩ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା କଥା । ମାତ୍ର ଏଠାରେ ନିର୍ମାଣ ଶ୍ରମିକଙ୍କ ପରିବାର ସଦସ୍ୟ ସହାୟତା ରାଶି ପାଇଁ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୈାଡୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ମହାକାଳପଡାରେ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଏକ ନିର୍ମାଣ ଶ୍ରମିକ ସେଡ ନିର୍ମାଣ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ସେହି ଅର୍ଥ ଚଳୁ କରାଯାଇଛି। ଶ୍ରମିକମାନଙ୍କୁ ସାଇକେଲ, ଯନ୍ତ୍ରପାତି ସହାୟତା, ଗୃହନିର୍ମାଣ ସହାୟତା, ଚିକିତ୍ସା ସହାୟତା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଏସଂକ୍ରାନ୍ତ ଅଭିଯୋଗ ଲୋକପାଳଙ୍କୁ ପ୍ରଦାନ ିକରାଯାଇଥିଲା। ଲୋକପାଳ ଏହାର ତଦନ୍ତ କରିବା ପାଇଁ ଅର୍ଥନୈତିକ ଅପରାଧ ଶାଖାକୁ ଦେଇଥିଲେ। ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଦାୟୀତ୍ୱ ଭିଜିଲାନ୍ସକୁ ଦେଇଥିଲେ। କିନ୍ତୁ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାର ପ୍ରତିବାଦରେ କେନ୍ଦ୍ରାପଡା ଭିଜିଲାନ୍ସ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଫକୀର ଚରଣ ଖଟୁଆ, ସଞ୍ଜୀବ ରାଉତ, କାଞ୍ଚନବାଳା ସ୍ୱାଇଁ, ମାଧବ ଦାସ, ଜଗତଜୀବନ ଦାଶ, ପ୍ରଜ୍ଞାଦୀପ୍ତ ସାମଲ, ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ

Wed Apr 2 , 2025
କେନ୍ଦ୍ରାପଡ଼ା,୨ା୪: ନହଙ୍ଗସ୍ଥିତ ମା,ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅଭିମନ୍ୟୁ ସାହୁ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଗକୁ ଗ୍ରୀଷ୍ମ ସମୟ ଆସୁଥିବାରୁ ବୁଲା ପଶୁପକ୍ଷୀଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ସଭ୍ୟମାନେ ସଂକଳ୍ପ ବଦ୍ଧ ହୋଇଥିଲେ। ପରବର୍ତ୍ତୀ ଗ୍ରୀଷ୍ମ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading