କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ ସମାଜର ବହୁମୁଖୀ ଉନ୍ନତି ନିମନ୍ତେ ସଂଘର ସଦସ୍ୟ/ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ବୈଷ୍ଣବ ସ୍ୱାଇଁ ସଂଘର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ୍ ରାଉତରାୟ, ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକ ଅଶ୍ୱିନୀ କୁମାର ଦାସ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ରାଜନଗରରୁ ଅନିଲ ବଳ, ମାର୍ଶାଘାଇର ଶ୍ରୀକାନ୍ତ ସାହୁ, ଗରଦପୁରରୁ ଶରତ କୁମାର ନାୟକ, ଡେରାବିଶରୁ ଅଧ୍ୟାପକ ପ୍ରଭାକର ସାମଲ, ଗୋଲଖ ମହାଭୋଇ, ଆଳିରୁ ନରହରି ମହାପାତ୍ର, ପଟ୍ଟାମୁଣ୍ଡାଇରୁ ରାଜ କୁମାର ବିଶ୍ୱାଳ ଓ ଅନ୍ୟମାନେ ଯୋଗ ଦେଇଥିଲେ । ସଂଘର ଆଭିମୁଖ୍ୟ ସମ୍ପର୍କରେ ସର୍ବଶ୍ରୀ ନିତ୍ୟାନନ୍ଦ ମିଶ୍ର, ହରେକୃଷ୍ଣ ବରାଳ, ବିଦ୍ୟୁତ୍ କୁମାର ଖୁଣ୍ଟିଆ, ନରୋତ୍ତମ ପାର୍ଥ ସାରଥି, ନିମାଇଁ ଚରଣ ମହାନ୍ତି, ଅକ୍ଷୟ ନାୟକ, ଅଧ୍ୟାପକ ଅଜୟ ସାମଲ ଓ ଅନ୍ୟମାନେ ଆଲୋକପାତ କରିଥିଲେ । ଉକ୍ତ ସମ୍ମିଳନୀରେ ୧୫୦ରୁ ଉର୍ଦ୍ଧ୍ୱ ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ । ସର୍ବଶ୍ରୀ କୋଷାଧ୍ୟକ୍ଷ ସୁରେଶ ପଟ୍ଟନାୟକ, ଶ୍ରୀନିବାସ ପରିଡା, ଅଧ୍ୟାପକ ଦୟାନିଧି ପାତ୍ର, ମଧୁସୂଦନ ବାରିକ, ପ୍ରତାପ ନାୟକ, ଶ୍ରୀଚରଣ ସାମଲ, ଉପେନ୍ଦ୍ର ସ୍ୱାଇଁ ଓ ଅନ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଗାମୀ ଦିନମାନଙ୍କରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଘ ମିଳିତ ଭାବରେ ସ୍ୱର ଉତ୍ତୋଳନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।
Discover more from
Subscribe to get the latest posts sent to your email.