ପୂର୍ଣ୍ଣ ପ୍ରସ୍ତୁତ , ଯୁଦ୍ଧ ଆସନ୍ନ!

  • ରାଜ୍ୟ ଗୁଡିକୁ କେନ୍ଦ୍ରର଼ ନିର୍ଦ୍ଦେଶ ,
  • ବିମାନ ଆକ୍ରମଣ ସାଇରନ ସକ୍ରିୟ ରଖନ୍ତୁ ,
  • ବ୍ଲାକଆଉଟ୍ ଓ ସୁରକ୍ଷା ଅଭ୍ୟାସ କରନ୍ତୁ

blank

ନୂଆଦିଲ୍ଲୀ,୫/୫- ବଢିଲା ଯୁଦ୍ଧ ଆଶଙ୍କା। ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବାପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକ ମେ ୭ରେ ପ୍ରଭାବୀ ଢଙ୍ଗରେ ନାଗରିକଙ୍କ ସୁରକ୍ଷା ପାଇଁ ମକ ଡ୍ରିଲ୍ ଆୟୋଜନ କରିବେ। ପହଲଗାମ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଦ୍ୱାରା ଜାରି ଏହି ନିର୍ଦ୍ଦେଶ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ରଖୁଛି। ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ଯୁଦ୍ଧର ସମ୍ଭାବନାକୁ ବି ଏଡାଇ ଦିଆ ନଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଶେଷ ଥର ପାଇଁ ୧୯୭୧ରେ ଏଭଳି ଅଭ୍ୟାସ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ମୋର୍ଚ୍ଚାରେ ଯୁଦ୍ଧ ହୋଇଥିଲା। ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟଗୁଡ଼ିକୁ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକ ହେଉଛି ଯେ, ଆକାଶ ମାର୍ଗରୁ ଆକ୍ରମଣ ଚେତାବନୀ ଦେଉଥିବା ସାଇରନର ପରିଚାଳନା, ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ସୁରକ୍ଷା ଦିଗ ଉପରେ ନାଗରିକ, ଛାତ୍ର ଆଦିଙ୍କୁ ପ୍ରଶିକ୍ଷଣ, ଆକ୍ରମଣ ସ୍ଥିତିରେ କିପରି ନିଜରୁ ରକ୍ଷା କରିବେ? ସେ ବାବଦରେ ଲୋକଙ୍କ ଜଣାଇବା ଓ ପ୍ରତିକ୍ଷଣ ଦେବା, ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ/ପ୍ରତିଷ୍ଠାନକୁ ଯୁଦ୍ଧ ସମୟରେ ଆକ୍ରମଣରୁ କିପରି ରକ୍ଷା କରିବା ଓ ସଂରକ୍ଷଣ ପ୍ରଦାନ କରିବା, ରେସ୍‌କ୍ୟୁ ଯୋଜନାର ଆଧୁନିକୀକରଣ ଓ ପୂର୍ବାଭ୍ୟାସ କରିବା। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୨ରେ କାଶ୍ମୀର ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଚରମ ଉତ୍ତେଜନା ଦେଖିବାକୁ ମିଳୁଛି। ଭାରତ କେତେବେଳେ ବି ଆକ୍ରମଣ କରିପାରେ ଭୟରେ ପାକିସ୍ତନ ଥରହର। ଆତଙ୍କୀ ଘଟଣାରେ ସାମିଲ ଦୋଷୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ମାଟି ମିଶାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର କହିସାରିଲେଣି। ସେପଟେ ଗତ ୧୧ ଦିନ ପାକିସ୍ତାନ ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସିନ୍ଧୁ ନଦୀର ଇତିହାସ ଓ ଭାରତ ପାକିସ୍ତାନ ମୂଳ ଚୁକ୍ତି ଡକଫର ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର

Mon May 5 , 2025
ନୂଆଦିଲ୍ଲୀ,୫/୫ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍‌ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading