ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଫାର୍ମାସିଷ୍ଟଙ୍କ ଡେପୁଟେସନ ବାତିଲ ଦାବି, ସିଡ଼ିଏମଓଙ୍କୁ ଦାବିପତ୍ର

blank
ପଟ୍ଟାମୁଣ୍ଡାଇ ୧୪/୮ନରେନ୍ଦ୍ର ଧଳ – ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ବିପନ୍ନ ଧୋୟାଂଚଳରେ ଅବସ୍ଥିତ ସର୍ବପୁରାତନ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ସେବା ଯୋଗାଇ ଦେବାକୁ ଅଂଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ବିକ୍ରମାଦିତ୍ୟ ଦାଶଙ୍କୁ ହଠାତ୍ ପଟ୍ଟାମୁଣ୍ଡାଇ ସବଡିଭିଜନାଲ ହସ୍ପିଟାଲକୁ ଡେପୁଟେସନରେ ପଠାଯିବା ଘଟଣା ଅଂଚଳବାସୀଙ୍କୁ ନିରାଶ ଓ ଆଶ୍ଚର୍ଯ୍ୟଚକିତ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଣ୍ଢରା, ସିଂହଗାଁ, ପେଣ୍ଠପାଳ, ଅମୃତମଣୋହି ଓ ବଲୁରିଆ ଆଦି ପଂଚାୟତର ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ସମେତ ଶତାଧିକ ଜନସାଧାରଣ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସରଙ୍କ ନିକଟରେ ଲିଖିତ ଭାବେ ଆପତି ଜଣାଇଥିଲେ। ଅନ୍ୟପକ୍ଷରେ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଦିନ ୧୨ ଟା ପରେ ବନ୍ଦ ରହୁଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ତେବେ ଅଣ୍ଢରା ଫାର୍ମାସିଷ୍ଟ ଦାଶଙ୍କ ଡେପୁଟେସନ ଆଦେଶ ବାତିଲ ପାଇଁ ଅଂଚଳବାସୀ ଦାବି କରିବାର ୨ ସପ୍ତାହରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ରୋଗୀ ସେବାରୁ ବଂଚିତ ଧୋୟାଂଚଳବାସୀ ବାଧ୍ୟ ହୋଇ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ତରଡ଼ିପାଳ ସମିତିସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ, କୁଳମଣି ମଲିକ, ନିରଞ୍ଜନ ସୁନ୍ଦରାୟ, ସନ୍ତୋଷ ତରାଇ, ଗୋପୀନାଥ ଧଳ, ମାନସ ସାମଲ, ରବୀନ୍ଦ୍ର ଧଳ ପ୍ରମୁଖ ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ଭେଟି ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ରୋଗୀ ସେବା ସୁନିଶ୍ଚିତ କରିବା ସହ ଫାର୍ମାସିଷ୍ଟ ବିକ୍ରମାଦିତ୍ୟ ଦାଶଙ୍କ ଡେପୁଟେସନ ଆଦେଶକୁ ତୁରନ୍ତ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ପୁନଃରାୟ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଧୋୟାଂଚଳର ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବ୍ୟାହତ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରଶାସନ ଏହି ସଂବେଦନଶୀଳ ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading