ଦୁବାଇ୨୩ା୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିବା ବେଳେ ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି […]
TOP STORIES
କେନ୍ଦ୍ରାପଡ଼ା, ୨୩ା୨: ୨୦୨୫-୨୬ କେନ୍ଦ୍ର ବଜେଟ୍ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପ୍ରତି ଚରମ ବିଶ୍ୱାସଘାତକତା ବୋଲି ବାମପନ୍ଥୀ ଦଳମାନଙ୍କ ପ୍ରଚାର ଅଭିଯାନରେ କୁହାଯାଇଛି। ଲୋକଙ୍କ କ୍ରୟଶକ୍ତିର ଅଭାବ, ବ୍ୟାପକ ବେକାରୀ କାରଣରୁ ଅର୍ଥନୀତିରେ ସଂକଟ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ ଧନୀକ ବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିଛି। ଜନସେବା ପାଇଁ ବ୍ୟୟ ବରାଦ ହ୍ରାସ ପାଇଛି। ଧନୀମାନଙ୍କ ପୁଞ୍ଜି ବଢ଼ିବାରେ ସାହାଯ୍ୟ କରୁଛି। […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଂଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି କୁହାଯାଉଛି । ସେମାନଙ୍କୁ ସ୍ୱସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ମିଳୁନାହିଁ କି ରହଣି ନେଇ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ […]
ପଟ୍ଟାମୁଣ୍ଡାଇ ତା ୨୨/୨- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଆଜି ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ଗ୍ରାମାଞ୍ଚଳ ଥାନା ପୋଲିସ ଏ ସମ୍ପର୍କ ରେ ମୋକଦମା ନଂ – […]
ପଟ୍ଟାମୁଣ୍ଡାଇ୧୯ା୨:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ପାଶ୍ୱରେ ଜଣେ ଠିକାଦାର ନୟନଜୋରି ପୋତେଇ ପାଇଁ ମାଟି କାମ କରିଥିଲେ । ହେଲେ କମବେଳେ ପିଚୁ ରାସ୍ତାରେ ଚିକିଟା ମାଟି ପଡିରହିଥିଲା । ବୁଧବାର ସଂନ୍ଧ୍ୟାରେ ବାର୍ଷା ହେବାରୁ ମାଟି ରାସ୍ତାକୁ ବୋହିଆସି କାଦୁଅ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଚଳାଚଳ କରୁଥିବା ଗାଡ଼ି ଚକା ଖସି ୨ ବାଇକ ଆରୋହୀ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଚିକିତ୍ସା ହେଉଛନ୍ତି। […]
କେନ୍ଦ୍ରାପଡ଼ା,୧୯ା୨: ସରକାର ଏଲିମେଣ୍ଟାରୀ ଶିକ୍ଷାର ଉନ୍ନତି ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସମସ୍ତପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହିତ ସମସ୍ତ ଶିକ୍ଷକଙ୍କୁ ନୂତନ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ମଣ୍ଡଳ ଶିକ୍ଷା ଅଧିକାରୀ(ବି.ଇ.ଓ.), ବି.ଆର.ସି.ସି. ଓ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଅଛନ୍ତି। କିନ୍ତୁ ବାଡ ଯଦି ଫସଲ ଖାଏ ତେବେ କ’ଣ ବା […]
କେନ୍ଦ୍ରାପଡ଼ା, ୧୯ା୨ : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ଏହି […]
ପଟ୍ଟାମୁଣ୍ଡାଇ ୧୯/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ଖଡିଅଂଟା ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ହୋମଯଜ୍ଞ ଉତ୍ସବ ମହାସମାରୋହରେ ବୁଧବାର ଶୁଭଆରମ୍ଭ ହୋଇଛି। ଏହି ଉପଲକ୍ଷେ ବୁଧବାର ପ୍ରତ୍ୟଷରୁ ଗ୍ରାମର ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ଯାଇ ପବିତ୍ର ଗୋବରୀ ନଦୀର କଳିଙ୍ଗା ଘାଟରୁ ଶୁଦ୍ଧ ଜଳ ଅଣାଯାଇ ମନ୍ଦିର ନିକଟସ୍ଥ ଯଜ୍ଞ ଗୃହରେ ଘଟ ସ୍ଥାପନା କରିଥିଲେ। ଏହାପରେ, ଗୁରୁ ପୂଜା, ଧରିତ୍ରୀ […]
ପଟ୍ଟାମୁଣ୍ଡାଇ ୧୭/୨ – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]
ନିଜସ୍ୱ ଟକିସରୁ ଆସିବ ୬୬ ହଜାର କୋଟି ଅଣଟକିସରୁ୬୦ ହଜାର କୋଟିଆୟ ବଜେଟ୍ର ୩୭ ପ୍ରତିଶତ ପ୍ରଶାସନିକ ବ୍୍ୟୟ ଋଣଭାର ୧.୩୪ ଲକ୍ଷ କୋଟି ଆକଳନ କାର୍ଯ୍ୟକାରୀ ହେବ ୧୬ ନୂଆ ଯୋଜନା ଭୁବନେଶ୍ୱର,: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି […]