ପାଣିରେ ଭାସୁଛି ସୁନା ଫସଲ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ପରିବା ଦର ଆକାଶ ଛୁଆଁ ପଟ୍ଟାମୁଣ୍ଡାଇ ୧୧/୭ – ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗତ ତିନିଦିନ ହେବ ପାଣି ସ୍ଥିର ରହିଛି । କିଛି ଅଂଶର […]
TOP STORIES
କେନ୍ଦ୍ରାପଡ଼ା ୧୦/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲୋକ କବି ଭାବଗ୍ରାହୀ ପରିଡାଙ୍କ ଧର୍ମପତ୍ନୀ ସରୋଜିନୀ ପରିଡାଙ୍କ ୯୧ ତମ ଜୟନ୍ତୀ ଉତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ […]
କେନ୍ଦ୍ରାପଡ଼ା,୦୮/୭: କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ରାଉନ ସୁଗାର ସହ ଚୋରା ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରୁ ବ୍ରାଉନ ସୁଗାର ସମେତ କେନ୍ଦ୍ରାପଡା ସଦର ଓ ମହାକାଳପଡାରୁ ବିପୁଳ ପରିମାଣର ଚୋରା ମଦ ଜବତ କରା ଯାଇଛି ବୋଲି ଅବକାରି ବିଭାଗ ପକ୍ଷରୁ ସୁଚନା ଦିଆଯଅଇଛି […]
କେନ୍ଦ୍ରାପଡ଼ା,୮ା୭:ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ବାହାରିଥିବା ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମବେଦିରେ ଲୀଳା ସାରିବା ପରେ ପୁନର୍ବାର ରତ୍ନବେଦିକୁ ଫେରିଛନ୍ତି। ରତ୍ନବେଦିକୁ ଫେରିବା ପୂର୍ବରୁ ମଙ୍ଗଳବାର ରଥ ଉପରେ ରଘୁନାଥ ବେଶ ହୋଇଥିଲା। ଏହି ବେଶ ଦେଖିବା ପାଇଁ ମଙ୍ଗଳବାର ରଥଦାଣ୍ଡ ଜନସମୁଦ୍ର ହୋଇଥିଲା। ମଙ୍ଗଳବାର ସକାଳୁ ରଥଦାଣ୍ଡରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ଣ ୧୨ଟା ବେଳକୁ […]
କେନ୍ଦ୍ରାପଡ଼ା,୭ା୭:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବ୍ରହ୍ମତାଳଧ୍ୱଜ ରଥ ଚନ୍ଦନପୋଖରୀ ନିକଟରେ ଅଟକି ଥିବା ବେଳେ ସୋମବାର ମୁଖ୍ୟ ଦେଉଳ ନିକଟ ଦୋଳବେଦି ପାଖରେ ଲାଗିଛି। ।ମଙ୍ଗଳବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ରଥାରୁଢ ଠାକୁରମାନଙ୍କ ଦର୍ଶନ କରିବା ପାଇଁ ସୋମବାର ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ସୋମବାର ସକାଳୁ ଝିପି ଝିପି ମେଘ ଲାଗି ରହିଥିଲା। ଏହା ସତ୍ବେ […]
କେନ୍ଦ୍ରାପଡା ୬/୭- ଭିନ୍ନକ୍ଷମମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପାରା କ୍ରୀଡା ସଙ୍ଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ଏହାର ମୁଖ୍ୟ ଉପଦେଷ୍ଟା ଭାବେ […]
କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । […]
କେନ୍ଦ୍ରାପଡ଼ା,୨୪ା୬ :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଅନିବାର୍ଯ୍ୟ କାରଣ ବସତଃ ଏହି ଧର୍ମଘଟକୁ ଆସନ୍ତା ଜୁଲାଇମାସ ୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଏକ ମିଳିତ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରମିକ, ଚାଷୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରାଯିବ। ଏନେଇ କେନ୍ଦ୍ରାପଡାର ଆଇ.ଏନ.ଟି.ୟୁ.ସି.ର […]
କେନ୍ଦ୍ରାପଡା ୨୦/୬- ବିଶ୍ୱ ସିକିଲ୍ ସେଲ୍ ଦିବସ ପାଳନ ଅବସରରେ ପୁନର୍ବାସ ପରିସରରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଭିନ୍ନକ୍ଷମତା ସମ୍ପର୍କିତ ଦ୍ୱିମାସିକ ଦ୍ୱିଭାଷିକ ପତ୍ରିକା ‘ପୁନର୍ବାସ ସମାଚାର’ର “ରକ୍ତ ଜନିତ ଭିନ୍ନକ୍ଷମତା’ ସମ୍ପର୍କିତ ସ୍ୱତନ୍ତ୍ର ସଂଖ୍ୟା ପାଠକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସକ୍ଷଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ବ୍ଲଡ ବ୍ୟାଙ୍କ୍ ର ନିର୍ବାହୀ ଅଧିକାରୀ ଡାକ୍ତର […]
କେନ୍ଦ୍ରାପଡ଼ା ୧୯/୬- କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟା ରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶାର ଲୋକ ପ୍ରିୟ ଭଜନ […]

