ଭୁବନେଶ୍ୱର: କିଛି ମାସ ପୂର୍ବରୁ ଦେଶ ବିଦେଶର ନିବେଶକମାନଙ୍କ ପାଇଁ ଓଡ଼ିଶା ଥିଲା ପ୍ରଥମ ପସନ୍ଦ। ମାତ୍ର ଓଡ଼ିଶା କ୍ରମଶଃ ନିବେଶକଙ୍କ ଆସ୍ଥା ହରାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ବିପୁଳ ନିବେଶ ନିମନ୍ତେ ଆଦାନୀ କମ୍ପାନୀ ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ଆଗ୍ରହ ପ୍ରକାଶ କରିଥିବା ସତ୍ୱେ ବର୍ତମାନ ଆସାମ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ମୁହାଁ ହେବା ରାଜ୍ୟର ଶିଳ୍ପ ଭବିଷ୍ୟତକୁ ଅନିଶ୍ଚିତ କରିଛି। ଅନୁରୂପ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ […]

ଦୁବାଇ୨ା୩- ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେନ ୱିଲିୟମସନ ୮୧ ରନକରିଥିବାବେଳେ ମିଚେଲ ସାଣ୍ଟନର ୨୮ରନ ଓ ୱିଲ ୟଙ୍ଗ ୨୨ ରନ […]

କେନ୍ଦ୍ରାପଡ଼ା,୨ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ଫଳପ୍ରଦ ହୋଇଛି। କାର କେନ୍ଦ୍ର ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଓଡିଶା ଖୁବଶୀଘ୍ର ବିକସିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୁନ୍ତ ପଣ୍ଡା। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା କହିଲେ ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ସରକାରୀ […]

କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର […]

ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟକ ବର୍ଷ ଫେବୃୟାରୀ, ୨୧ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯଏ । ମାତୃଭାଷାର ସୁରକ୍ଷା ପଅତି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। ହେଲେ ରାଜ୍ୟର ପ୍ରତ୍ୟକ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳର ନୂଆ ଯୁବପିଢି ଗୌରବଶାଳୀ ମାତୃଭାଷା ଓଡିଆ ଠାରୁ ଦୂରେଇ ଯାଇ କନଭେଟ ଇଂରାଜି ଭାଷା ପ୍ରତି ଆକୃଷ୍ଠ ହେଉଛନ୍ତି । ଫଳରେ […]

ପଟ୍ଟାମୁଣ୍ଡାଇ ୨୮/୨- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏଲଆଇସି ଅଫିସ ପଛ ଭାଗରେ ପଡିଥିବା ଆବର୍ଜନାରେ ପାଖ ଘରମାଲିକ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟି ସହର ଧୁଆଁମୟ ହୋଇଯାଇଥିଲା । ଶୁଖିଲା ଅଳିଆରେ ଅଗ୍ନିକାଣ୍ଡ ଯୋଗୁଁ ନିଆଁ ତୀବ୍ର ବେଗରେ ବ୍ୟାପି ଦୀର୍ଘ ସମୟ ଧରି ଜଳିଥିଲା । ସେଠାକୁ ଲାଗିଥିବା ଦୋକାନ ବଜାର ଓ ଏଲଆଇସି ଅଫିସ ପ୍ରତି ବିପଦ ମାଡି ଆସିିଥିଲା ।ଏହି ଘଟଣାରେ […]

କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ ଭଗବାନ ବିଦୁରଙ୍କ ମନ୍ଦିର ବେଢାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ୱୟ କମିଟି ସଭାପତି ଡ. ନାମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ […]

ପଟ୍ଟାମୁଣ୍ଡାଇ ୨୮/୨ – ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତବାସୀଙ୍କୁ ଉତମ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୧୯୮୬ ମସିହାରେ ଅଠରବାଟିଆ ଠାରେ ଏକ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନରସିଂହପୁର ପଂଚାୟତର ଅଠରବାଟିଆ, ପଛପଡା, ଅଇନପଡା, ଅଢାଖଣ୍ଡ, ମଠସାହି, ନରସିଂହପୁର, ଗଙ୍ଗାରାମପୁର ଡିହାପଡା ପଂଚାୟତର କୁପୁଣି, ଡିହାପଡା ଓ ଖଡିଅଂଟା ପଂଚାୟତର ଆମ୍ବେର, ନଅଢଳିଆ, ସିମୁଳିଆ ଆଦି ବିଭିନ୍ନ ଗ୍ରାମର […]

ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତାରେ ସମିତିସଭ୍ୟ ମାନଙ୍କୁ ସାମିଲ କରିବା ଓ ବିଭିନ୍ନ ପଂଚାୟତର ବିକାଶ ପ୍ରକ୍ରିୟାକୁ ପ୍ରଶାସନ ସହଯୋଗରେ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠନ କରାଯାଇଛି ।ଏହି ଉପଲକ୍ଷେ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ, […]

କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପୂର୍ବତନ ଜି.ଆର.ଏସ. ଶ୍ରୀ ଘଡେଇ ଏଣ୍ଡର ଗ୍ରାମପଞ୍ଚାୟତର ଜି.ଆର.ଏସ. ଥିବା ବେଳେ ଏକ ସିମେଣ୍ଟ […]