ପଟ୍ଟାମୁଣ୍ଡାଇ ୧୮/୨  – ପଟ୍ଟାମୁଣ୍ଡାଇ ଓ ରାଜନଗରବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଗଣ ସଂଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପୁନର୍ଗଠନ କରାଯାଇ ପଟ୍ଟାମୁଣ୍ଡାଇରେ ନିର୍ବାଚନ ମଣ୍ଡଳୀ, ସବଡ଼ିଭିଜନ ଓ ରାଜନଗର ଏନ ଏ ସି ଘୋଷଣା କରିବା ଦାବୀ ହାସଲ ପାଇଁ ବ୍ୟାପକ ଗଣଆନ୍ଦୋଳନ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ବିଭିନ୍ନବର୍ଗର ପ୍ରତିଷ୍ଠିତ ଲୋକମାନଙ୍କୁ ନେଇ ଗଣ ପରିଷଦ ପୁନର୍ଗଠନ କରାଯାଇଛି । ବରିଷ୍ଠ ରାଜନେତା ବିଜୟ କେତନ […]

କେନ୍ଦ୍ରାପଡ଼ା,୧୮ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଅନ୍ୟ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ମୋଟ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୧୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଲୋଟସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ଜଣ, ଆର.ଏନ.ଏମ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ଜଣ, ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୫ଜଣ, କେ.ଆର.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୮ଜଣ, ରମାଦେବୀ ଉଚ୍ଚ ମାଧ୍ୟମିକ […]

ପଟ୍ଟାମୁଣ୍ଡାଇ ୧୭/୨  – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]

  ନିଜସ୍ୱ ଟକିସରୁ ଆସିବ ୬୬ ହଜାର କୋଟି ଅଣଟକିସରୁ୬୦ ହଜାର କୋଟିଆୟ ବଜେଟ୍‌ର ୩୭ ପ୍ରତିଶତ ପ୍ରଶାସନିକ ବ୍‌୍ୟୟ ଋଣଭାର ୧.୩୪ ଲକ୍ଷ କୋଟି ଆକଳନ କାର୍ଯ୍ୟକାରୀ ହେବ ୧୬ ନୂଆ ଯୋଜନା   ଭୁବନେଶ୍ୱର,: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି […]

ପଟ୍ଟାମୁଣ୍ଡାଇ ୧୭/୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବଢି ଚାଲିଛି। ସହରାଂଚଳ ରୁ ଗ୍ରାମାଂଚଳକୁ ସଂଯୋଗ କରୁଥିବା ଅନେକ ରାସ୍ତାର ବିଭି୍‌ନ୍ନ ସ୍ଥାନରେ ଜବରଦଖଲ, ବେଆଇନ ପାର୍କିଂ, ଚଢାଦୋକାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ପ୍ରଶାସନର ଚିନ୍ତା ବଢାଇଛି । ପ୍ରତ୍ୟେକ ଦିନ ଏହି ପଥମାନଙ୍କରେ ଛୋଟବଡ ଦୁର୍ଘଟଣା […]

କେନ୍ଦ୍ରାପଡ଼ା,୧୭ା୨: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାବି ପୁରଣ ନହେଲେ ଭୂବନେଶ୍ୱର ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ସହ […]

କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ ସମିତିର ସମ୍ପାଦକ ନୃସିଂହ ଚରଣ ଦାସ ଓ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ଯେ […]

କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଆଭିମୁଖ୍ୟ ଜ୍ଞାପନ କରିଥିଲେ। ଏଥିସହିତ ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ମାନ ପ୍ରଦାନ ଓ ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଉନ୍ମୋଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ […]

ପଟ୍ଟାମୁଣ୍ଡାଇ ୧୭/୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମ ପଂଚାୟତଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, […]

କେନ୍ଦ୍ରାପଡା,୧୬ା୨: ଆସନ୍ତା ମାଟ୍ରିକ ପରୀକ୍ଷା ଦୃଷ୍ଟିରୁ ଜିଲ୍ଲାର କୈାଣସି ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି କ୍ରୀଡା ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରିପାରିବେନି ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଚଳିତ ଫେବୃୟାରୀମାସ ୧୮ତାରିଖରୁ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ମାଟ୍ରିକ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ସେହି ସମୟ ମଧ୍ୟରେ […]