କେନ୍ଦ୍ରାପଡ଼ା,୩୦ା୪: କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟା ପାଳିତ ହୋଇଯାଇଛି। ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ଅବସରରେ ୨୧ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଥିବାରୁ ଇଛାପୁରସ୍ଥିତ ତୁଳସୀ କ୍ଷେତ୍ରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ପବିତ୍ର ଦିନ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଜ୍ଞାମାଳ […]
କେନ୍ଦ୍ରାପଡା, ୩୦ା୪: ଆଜି କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରି ପବିତ୍ର କୃଷି ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ବିଷୟରେ କହିଲେ ଯେ ଏହି ଦିନ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା । ଏହିଦିନ ଦ୍ୱାରକାଧିପତି ଶ୍ରୀକୃଷ୍ଣ ଦରିଦ୍ର ସୁଦାମାଙ୍କୁ ଧନ ସମ୍ପତ୍ତି ଦାନ […]
ପଟ୍ଟାମୁଣ୍ଡାଇ ତା ୨୯/୪- କାଶ୍ମୀର ପହେଲଗାମ ଠାରେ ଆତଙ୍କବାଦୀ ହମଲାରେ ମୃତକ ପ୍ରତି ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ […]
ପଟାମୁଣ୍ଡାଇ ତା ୨୯/୪-ପଟ୍ଟାମୁଣ୍ଡାଇ ଓକିଲ ସଙ୍ଘ କାର୍ଯ୍ୟାଳଳରେ ୧୭୭ତମ ମଧୁବାବୁ ଜୟନ୍ତୀ ଓ ଆଇନିଜୀବି ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ବରିଷ୍ଠ ଆଇନୀଜୀବୀ ଡ଼କ୍ଟର ନରହରି ଲେଙ୍କାଙ୍କ ପୌରାହିଁତରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ମୁଖ୍ୟଅତିଥି, ଓଡିଶା ଆଇନୀଜୀବୀ ପରିଷଦ ସଦସ୍ୟ ଅରୂପାନନ୍ଦ ଦାଶ ବିଶେଷ ଅତିଥି, ଡିକେ ବାଳକୃଷ୍ଣନ ଓକିଲ ସଙ୍ଘସଭାପତି ଆଇନୀଜୀବୀ ସୂର୍ଯ୍ୟ ରଞ୍ଜନ ରାଉଳ, କିଶୋର […]
କେନ୍ଦ୍ରାପଡ଼ା,୨୯ା୪:ସହର ଉପକଣ୍ଠ ଆଇନ ମହାବିଦ୍ୟାଳୟ ସରଣୀସ୍ଥିତ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ସଭାଗୃହରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମଧୁବାବୁଙ୍କୁ ଓଡିଆ ଅସ୍ମିତାର ଅଗ୍ରଧାବକ ରୂପେ ଅଭିହିତ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ […]
କେନ୍ଦ୍ରାପଡ଼ା,୨୯ା୪ : କେନ୍ଦ୍ରାପଡା ଜିଲ୍ଲା ସିଟୁ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଗୁଡିକର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକନେତା ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନରେ ଟ୍ରେଡ ୟୁନିଅନ ଆଇନ ବଦଳରେ ୪ଟି ଶ୍ରମକୋର୍ଡ ଗଠନ ଓ ଶ୍ରମିକ କଲ୍ୟାଣ ବୋର୍ଡର ରାଜନୀତିକରଣକୁ ବିରୋଧ, ପାଚିକା ଓ ଆଶାମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ସହ ମାସିକ ବେତନ […]
କେନ୍ଦ୍ରାପଡା,୨୯ା୪: ରାଜ୍ୟ ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ସହାୟତାରେ କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଚଳିତ ମାସ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଭାରୋତ୍ତଳନ ଶିବିର ୨୯ ତାରିଖରେ ଉଦ୍ଯାପିତ ହୋଇଯାଇଛି । ଏହି ଶିବିରର ଉଦ୍ଯାପନ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର […]
କେନ୍ଦ୍ରାପଡା ୨୯/୪- ଓଡିଶା ତଥା କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର ଆର୍ଟ ଏକାଡେମୀ ତରଫରୁ ରଜ୍ୟସ୍ତରୀୟ ମା ଝଙ୍କଡ଼ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଝଙ୍କଡ଼ ମହୋତ୍ସବର ଲକ୍ଷ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]
କେନ୍ଦ୍ରାପଡା,୨୯ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଆଳି ଏକାଦଶ ମଢିଆଳର ନ୍ୟାସନାଲ କ୍ରିକେଟ୍ କ୍ଲବକୁ ହରାଇ ଅଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟ୍ରଫି ହାସଲ କରିଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ […]
ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ କେନ୍ଦ୍ରାପଡ଼ା,୨୯ା୪ : କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର “ଜୟବାପୁ ଜୟ ସମ୍ବିଧାନ”କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲା ଓ ୯ଟି ବ୍ଲକରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ […]