ଦୁବାଇ ୯/୩-ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର […]

ପଟ୍ଟାମୁଣ୍ଡାଇ ତା ୯/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ – ମଠସାହି ଉନ୍ନୀତ ଉପ୍ରା ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ଅବସରରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ମାତୃ ସମ୍ମିଳନୀର ଉଦଘାଟନ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରାମ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି,ସି ଏସ ଏ ସସ୍ମିତା ଓଝା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।ଏଇ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ […]

କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହଠାରେ ଆନ୍ତର୍ଜାତୀୟ ମହିଳା ଦିବସ ମହାବିଦ୍ୟାଳୟର ମିନଭ୍ରା ଗ୍ରୁପ୍ ତରପରୁ ପାଳିତ ହୋଇଯାଇଛି । ସଭାପତି ଅଧ୍ୟାପିକା ରତ୍ନମଞ୍ଜରୀ ଦାଶ ସଭାପତିତ୍ୱରେ କଲେଜର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ସମାଜ ଆଗକୁ ବଢିପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପିକା ପ୍ରଫେସର ମୌସୁମୀ କାନୁନଗୋ ନାରୀଶିକ୍ଷାର ଗୁରୁତ୍ୱ ଦେବା ସହ ସବୁକ୍ଷେତ୍ରରେ ମହିଳାମାନଙ୍କର […]

କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡ଼ାର ପବିତ୍ର ତୁଳସୀ କ୍ଷେତ୍ରରେ ଫଗୁ ଦଶମୀରେ ଦୋଳ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ରବିବାର ତୁଳସୀ କ୍ଷେତ୍ରରେ ଫଗୁ ଦଶମୀ ଓ ଦୋଳ ନୀତି ପାଳନ କରାଯାଇଛି। ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଗୋବିନ୍ଦ ଜୀଉ ବିମାନରେ ଯାତ୍ରା କରି ସାରଙ୍ଗ ଗ୍ରାମକୁ ଯାଇ ଫଗୁ ଦଶମୀ ଉତ୍ସବରେ ସାମିଲ ହୋଇଥାନ୍ତି। ନୀତି କାର୍ଯ୍ୟ ସାରି ପ୍ରଭୁ ମନ୍ଦିର ବିଜେ କରିଥାନ୍ତି। ରାତ୍ର […]

ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନାତା କାର୍ଯ୍ୟକ୍ରମ ରବିବାର ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଆଦର୍ଶ ଥାନାଧିକାରିଣୀ ବନ୍ଦନା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରନର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ସବଇସ୍ନ୍‌ପେକ୍ଟର ରତିରଞନ ନାୟକ ପ୍ରମୁଖ ଯୋଗ ଦେଇ ନୂଆ ଅପରାଧିକ ଆଇନର ସମ୍ପର୍କରେ ସଚେତନତା କରାଇଥିଲେ । ଭାରତୀୟ ସଂସଦ ତିନୋଟି ଐତିହାସିକ […]

କେନ୍ଦ୍ରାପଡା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସରେ ପୁନର୍ବାସ ପକ୍ଷରୁ ତୃଣମୂଳ ସ୍ତରରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକରୁଥିବା କର୍ମଜୀବୀ ମହିଳାମାନଙ୍କୁ ସମ୍ୱର୍ଦ୍ଧନା ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ “ସଶକ୍ତ ମହିଳା ସଶକ୍ତ ବିଶ୍ୱ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ବିଚାରପତି ସୁମିତ୍ରା ସାହୁ ଯୋଗ ଦେଇ ଏକ […]

କେନ୍ଦ୍ରାପଡ଼ା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଜୁ ଜନତାଦଳ କେନ୍ଦ୍ରାପଡା ତରଫରୁ ଏକ ବିଶାଳ ମହିଳା ସମାବେଶ କେନ୍ଦ୍ରାପଡା ସହରର ଟାଉନହଲ ଠାରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ ୧୯୭୭ ଠାରୁ ଜାତିସଂଘ ଦ୍ୱାରା ଘୋସିତ ଏହି ଦିବସ ବିଶ୍ୱରେ ପାଳିତ ହେଉଛି । ଚଳିତ ବର୍ଷ ଏହି ଦିବସର ସ୍ଲଗାନ ହେଉଛି “ସମସ୍ତ […]

ପଟ୍ଟାମୁଣ୍ଡାଇ ୮/୩ – ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ପୌରାପାଳିକାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁସିଡି ପଡିଛି । ଜଳ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଆବର୍ଜନା ବୋଝ ନିଆଁ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛି ପୌରାଂଚଳବାସୀ । ଶନିବାର ମଧ୍ୟହ୍ନରେ ଏମଏନ ହାଇସ୍କୁଲ ପାଖ ଆବର୍ଜନା ଗଦାରେ ପୌରକର୍ମଚାରି […]

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତତ୍‌ସହିତ ତାଲୁକ୍ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲରେ ୧୮୧ଟି ଏନ୍‌.ଆର୍‌. ମାମଲା୍ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୪ଟି ମାମଲା ସମାଧାନ ହୋଇ ୧,୭୯,୧୯୫ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଟଙ୍କା […]

କେନ୍ଦ୍ରାପଡ଼ା,୮ା୩: ୫୧ତମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ରିମୋଟ୍ ବଟମ୍ ଚିପି ଡିଭିଟି ମାଧ୍ୟମରେ ପ୍ରାୟ ଏକ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପାଖାପାଖି ୫ହଜାର କୋଟି ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାର ଇଚ୍ଛାପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆଭାଷୀ […]

Breaking News