ଜଳ ସଂରକ୍ଷଣ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ

ଉତ୍କଳମଣି ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ୨୦୨୫

blank
ବିଶ୍ୱ ଜଳ ଦିବସ ୨୦୨୫ ଉପଲକ୍ଷେ ମୋ ଭାରତ ନେହେରୁ ୟୁବା କେନ୍ଦ୍ର କେନ୍ଦ୍ରାପଡ଼ା ଏବଂ ଉତ୍କଳମଣି ଯୁବକ ସଂଘ ମିଳିତ ଉଦ୍ୟମରେ ଶନିବାର ଗୁଣୁପୁର ସରସ୍ୱତି ସେବା ସଂଗଠନ ଗୁଣୁପୁର ଠାରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ ବେହେରା ଓ ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ସତ୍ୟବ୍ରତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷାବିତ୍ ସଞ୍ଜୀବ ତରାଇ, ନିମାଇଁ ଚରଣ ଦାଶ, ଅମୀୟ ସାହୁ, ବିକ୍ରମ ଦାସ, ମୋନାଲିସା ରାଉତ, ଯୁବସାମାଜିକକମୀ ମଳୟ ରଞ୍ଜନ ବାରିକ୍ ଓ ସତ୍ୟ ରଞ୍ଜନ ସାହୁ, ଉପସ୍ଥିତ ରହି ବିଶ୍ୱ ଜଳ ଦିବସ ଉପରେ ଆଲୋକପାତ କରିଥିଲେ । ଏହି ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିନ କରାଯାଏ । ଜଳ ସଂରକ୍ଷଣର ମହତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଲୋଚନା ହୋଇଥିଲା। ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତି ନିଆଯାଇଥିଲା। ୧୯୯୩ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏହି ନିଷ୍ପତିକୁ ଅନୁମୋଦନ ମିଳିଥିଲା। ତା’ ପରଠାରୁ ପ୍ରତି ବର୍ଷ ମାର୍ଚ୍ଚ ୨୨ରେ ‘ବିଶ୍ୱ ଜଳ ଦିବସ’ ମଧୁର ଜଳର ଗୁରୁତ୍ୱକୁ ଉତ୍‌ଥାପନ କରିଥାଏ। ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଜଣାଇବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଛି ବୋଲି ଅଲୋଚନାରେ ଛାତ୍ରୀଛାତ୍ର ମାନଙ୍କୁ ସଚେତନତା କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ମାନେ ଚିତ୍ରାଙ୍କନ କରି ଜଳ ସଂରକ୍ଷଣର ଗୁରୁତ୍ୱ ଉଜାଗର କରିଥିଲେ। ଚିତ୍ରକଳା ପ୍ରତିଯୋଗୀତାରେ ପ୍ରଥମ ପ୍ରଜ୍ଞା ପରମିତା ସାହୁ, ଦ୍ୱିତୀୟ ଶ୍ରୀୟା ସୋନମ୍ ସାହୁ ,ତୃତୀୟରେ ପୂର୍ଣ୍ଣଚନ୍ଦ୍ର ଜେନା ଓ ପ୍ରିତି ସମ୍ପୂର୍ଣ୍ଣା ତରାଇଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କର୍ଯ୍ୟକ୍ରମକୁ ଉତ୍କଳମଣି ଯୁବକ ସଂଘର ସମ୍ପାଦକ ବୈଷ୍ଣବ ବେହେରା ଏବଂ ଅନ୍ୟାନ୍ୟ ପରିଚାଳନା କରିଥିଲେ । ଶେଷରେ ଯୁବ ସାମ୍ବାଦିକ ବିଭୂତି ପ୍ରଧାନ ଓ ମଦନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ

Mon Mar 24 , 2025
କେନ୍ଦ୍ରାପଡ଼ା,୨୩ା୩: ସଂସ୍କୃତି ଭବନରେ ଚାଲିଥିବା ପଞ୍ଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ରବିବାର ୫ଟି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟିକମାନେ ଯୋଗ ଦେଇ ବୈାଦ୍ଧିକ ଚର୍ଚ୍ଚା କରିଥିଲେ। ‘କାହାଣୀହୀନ ଜୀବନ ଓ କାହାଣୀ ପରି ଗପ’ ଅଧିବେଶନରେ ରବି ସ୍ୱାଇଁ, ଗିରିଶ ଚନ୍ଦ୍ର ସାହୁ, ଅର୍ଣ୍ଣପୂର୍ଣ୍ଣା ମହାନ୍ତି ଓ ଅମରେଶ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading