କେନ୍ଦ୍ରାପଡା,୨୨ା୩: ୨୧ ମାର୍ଚ୍ଚ ବିଶ୍ୱ କବିତା ଦିବସ ଅବସରରେ ମାନବ ସଭ୍ୟତାର ସୂକ୍ଷ୍ମ ଅବବୋଧ ନିର୍ମାଣରେ କବିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରାଯାଇଛି। ଏହି ଅବସରରେ ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ଓ ସିମ୍ଫୋନି ତରଫରୁ ବିଶ୍ୱ କବିତା ଦିବସ ପାଳନ କରାଯାଇଛି। “ନୂଆ କବିତାର ମାରାଥନ’ ଓ ମୋ ପାଇଁ କବିତା’ ଶୀର୍ଷକ ଆଲୋଚନା ଓ ଏକ ଅର୍ଖ ନୂତନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଖ୍ୟାତ କବି ପଦ୍ମ ଭୂଷଣ ସ୍ୱର୍ଗତ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। କବି ଓ କଥାକାର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଅନ୍ନପୂର୍ଣ୍ଣା ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ସତୀର୍ଥର ସମ୍ପାଦକ ମନ୍ମଥ ନାଥ ବରାଳ, ଅଧ୍ୟାପକ ଓ କବି ତ୍ରିଲୋଚନ ପ୍ରଧାନ, ବିଶିଷ୍ଟ କବି ବୃନ୍ଦାବନ ଦାସ ଓ ପ୍ରେମାନନ୍ଦ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ବିଶ୍ୱ କବିତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ ବରିଷ୍ଠ କବି ପ୍ରମୋଦ ସିଂ, ଅକ୍ଷୟ କୁମାର ନାୟକ, ଶୁଭ୍ରାଂଶୁ କୁମାର ଦାସ, ପୁଷ୍ପାଞ୍ଜଳି ପଣ୍ଡା, ସ୍ୱପ୍ନାଂଶୁ କୁମାର ଦାସ, କବିତା ମୁଦୁଲି, ଗୋଲାପ ରାଉତ, ଲିଜା ପଣ୍ଡା, ରଞ୍ଜନ ବାଇ, ପବିତ୍ର କୁମାର ସାହୁ , ନୃସିଂହ ଚରଣ ତ୍ରିପାଠୀ, ପ୍ରୀତମ ତ୍ରିପାଠୀ, ରଶ୍ମୀ ରଞ୍ଜନ ବାରିକ୍ , ତାରିଣୀ କୁମାର ପାଟଯୋଶୀ ପ୍ରମୁଖ ଯୋଗ ଦେଇ କବିତା ପାଠ କରିଥିଲେ । ମନ୍ତ୍ରମୁଗ୍ଧ କବିତାମୟ ପରିବେଶର ସମାପନ ସହ ପରିଶେଷରେ ସିମ୍ଫୋନିର ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.