ବସପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମାନଙ୍କ କର୍ମକର୍ତ୍ତା ନିର୍ବାଚନ

blank
କେନ୍ଦ୍ରାପଡ଼ା,୧୨/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ପଞ୍ଚାୟତ ବରିଷ୍ଠ ନାଗରିକ ମାନଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ଆରିପଦାସ୍ଥିତ ସାହାରା ସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ଦାସ ସଭାପତିତ୍ୱ କରିଥିଲେ । ଉକ୍ତ ଅଧିବେଶନରେ ୨୬ଜଣ ସଦସ୍ୟ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଏହି ସଭାରେ ସଂଯୋଜକ ଭାବେ ଯୋଗଦାନ କରି ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତିଙ୍କ ପରାମର୍ଶ କ୍ରମେ ଏକ ଏକଜିକ୍ୟୁଟିଭ କମିଟି ଓ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା କମିଟିରେ ଗଙ୍ଗାଧର ସାହୁ, ମୁଖ୍ୟ ଉପଦେଷ୍ଟା ଗୈାରାଙ୍ଗ ବେହେରା, ଉପମୁଖ୍ୟ ଉପଦେଷ୍ଟା ସୈାରି ପ୍ରସାଦ ଦାସ ଓ ଗୈାରିଶଙ୍କର ଦାସ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ଏକଜିକ୍ୟୁଟିଭ କମିଟି ସଦସ୍ୟମାନଙ୍କ ମଧ୍ୟରୁ ସଭାପତି ରମେଶ ଚନ୍ଦ୍ର ସେଠୀ , ସମ୍ପାଦକ ମଳୟ କେତନ ଦାସ, କୋଷାଧ୍ୟକ୍ଷ ଗୈାରାଙ୍ଗ ଚରଣ ମଣ୍ଡଳ, ଉପସଭାପତି ନରହରି ନାୟକ, ସହ ସମ୍ପାଦକ ଅମୁଲ୍ୟ ନଳ ସାହୁ, ସାଂସ୍କୃତିକ ସମ୍ପାଦକ ହେମନ୍ତ କୁମାର ନାୟକ, ଅର୍ଗାନାଇଜିଙ୍ଗ ସମ୍ପାଦକ ପିତାମ୍ବର ସାହୁ ଓ ସଦସ୍ୟ ଭାବେ ସନାତନ ଦାସ,ଡମ୍ବୁରଧର ଦାସ,ବସନ୍ତ କୁମାର ଘଡେଇ, ନିରଞ୍ଜନ ପରିଡା, ଗୁରୁପ୍ରସାଦ ପରିଡା, ସୁନାକର ଦାସ, ପ୍ରମୁଖ ମନୋନୀତ ହୋଇଥିଲେ ।

Next Post

ମାଇଁ ଏନସିସି ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ

Sun Apr 12 , 2026
କେନ୍ଦ୍ରାପଡ଼ା,୧୨ା୪:ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାର୍ବଜନୀନ ସେବାମୂଳକ “ଜଳଛତ୍ର” କାର୍ଯ୍ୟକ୍ରମ ଗରିମାମୟ ଓ ସୁସଂଗଠିତ ଭାବେ ଆୟୋଜିତ ହୋଇଯାଇଛି। ଏହି ଗରିମାମୟ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading