ଫିଟୁଛି ବଡପଡା ସମବାୟ ସମିତି ଦୁର୍ନୀତି ଗୁମର ; ସମ୍ପାଦକ ସଭାପତିଙ୍କ ମଧ୍ୟରେ ଶିତଳ ଯୁଦ୍ଧ

blank
ପଟ୍ଟାମୁଣ୍ଡାଇ ୨୯/୪– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ସେବା ସମବାୟ ସମିତିରେ ବହୁ ଦିନରୁ ଲାଗିରହିଥିବା ପ୍ରିୟାପ୍ରିତି ତୋଷଣ ଓ ବେଆଇନ କାର୍ଯ୍ୟକଳାପର ଗୁମର ଧିରେଧିରେ ପଦାକୁ ଆସିବାରେ ଲାଗିଛି । ସଭାପତି ଓ ସମ୍ପାଦଙ୍କ ମଧ୍ୟରେ ତୁ ତୁ ମେ ମେ ଛାଲିଛି । ବର୍ତମାନର ସଭାପତି ବିଭିନ୍ନ ସମସ୍ୟାକୁ ନେଇ କାରଣଦର୍ଶାଅ ନୋଟିସ ସମ୍ପାଦକଙ୍କୁ ଦେଇଥିବା ପ୍ରତିବାଦର ଉତର ବଦଳରେ ସମ୍ପାଦକ ମଧ୍ୟ ଏକ ନୋଟିସ ସଭାପତିଙ୍କୁ ଦେଇ ପ୍ରଶ୍ନ କରିଛନ୍ତି । ଉଭୟଙ୍କ ଆରୋପ ପତ୍ୟାରୋପରେ ବଡପଡା ସମବାୟ ସମିତିର ଦୃର୍ନୀତିର ପେଡି ପଦାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବଡପଡା ସମବାୟ ସମିତିର ବର୍ତମାନର ସଭାପତି ଅଶୋକ ମଲିକ ଗତ ଅପ୍ରେଲ ମାସ ୮ ରେ ସମିତି ପରିଚାଳନା କମିଟି ବୈଠକ ରଖିଥିଲେ । ବୈଠକରେ ଚାଷୀମାନଙ୍କ ଉନ୍ନତି ପାଇଁ ବଡପଡା ସମବାୟ ସମିତିକୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଯୋଗାଇଦିଆଯାଉଥିବା ନେଇ ଆଲୋଚନା ହେଇଥିଲା । ଏଥିରେ ସଂପାଦକ କୃଷ୍ଣଜୀବନ ଦାଶଙ୍କ ପ୍ରିୟାପ୍ରିତି ତୋଷଣ ଓ ବେଆଇନ କାର୍ଯ୍ୟକଳାପ ଯୋଗୁଁ ଉକ୍ତ ଟଙ୍କା ନିର୍ଦ୍ଦିଷ୍ଟ ପଦ୍ଧତି ଦେଇ ଚାଷୀଙ୍କ ପାଖରେ ପହଁଚିପାରୁନଥିବାରୁ ଚାଷୀ ଉପକୃତ ହୋଇପାରୁନାହାନ୍ତି । ସମ୍ପାଦକ ପରିଚାଳନା ପରିଷଦ ନିର୍ଦ୍ଦେଶକୁ ନ ମାନି କାର୍ଯ୍ୟରେ ଖିଲାପ କରିବା ସହିତ ସମିତିର ସାମୁହିକ କ୍ଷତି ସାଧନ କରିଚାଲିଛନ୍ତି। ତେବେ ପରିଷଦର ନିଷ୍ପତି ଅନୁସାରେ ସଭାପତି ଅଶୋକ ଏକ କାରଣଦର୍ଶାଅ ନୋଟିସ ଚିଠି ନଂ- ୭/୨୫ ଜାରି କରି ୧୫/୪/୨୦୨୫ରେ ସଂପାଦକ ଜୀବନଦାଶଙ୍କୁ ପ୍ରଦାନ କରିଥିଲେ । ଯଦି ୭ ଦିନ ମଧ୍ୟରେ ଏହାର ଉତର ନ ରଖନ୍ତି ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ । ସେଥିରେ ସଂପାଦକ ନିୟମିତ ଅଫିସନ ଆସିବା ଓ କାର୍ଯ୍ୟ ସମ୍ପାଦନ ନ କରିବା ଭଳି ସଂଗିନ ଅଭିଯୋଗ ଥିବା ବେଳେ ୧୫ କିମି ଦୂରରେ ଘରଭଡା ନେଇ ରହିବା, ୨୦୨୫ ଖରିଫର ସାର ବ୍ୟବସାୟ ସମ୍ପର୍କରେ ପରିଚାଳନା ପରିଷଦକୁ ନ ଜଣାଇବା, ୨୦୨୪-୨୫ ଧାନ ମଣ୍ଡି ବିରୋଧରେ ଚାଷୀମାନେ କରି ଆସୁଥିବା ଅଭିଯୋଗକୁ ସମାଧାନ ନ କରିବା, ୨୦୨୪ ଖରିଫ ଓ ୨୦୨୪-୨୫ ରବି ଋଣଅର୍ଥ ଆୟ ବ୍ୟୟର ହିସାବ ପରିଚାଳନା ପରିଷଦକୁ ନ ଦେବା, ନିର୍ମାଣଧିନ ଥିବା ସମିତି ଘର ନିର୍ମାଣ ସମ୍ପର୍କରେ ହିସାବପତ୍ର ନ ଦର୍ଶାଇବା ଏବଂ ପରିଚାଳନା ପରିଷଦ ତଥା ସଭାପତିଙ୍କ ଆଦେଶକୁ ଅଣଦେଖା ରେିବା ସମ୍ପର୍କରେ କୁହାଯାଇଥିଲା ।
ଏହାର ଉତରରେ ସମ୍ପାଦକ ଜୀବନଦାଶ ଜଣାଇଥିଲେ ଯେ ବାସ ସ୍ଥାନ ଠାରୁ ସମିତି ପାଖାପାଖି ୧ କିମି ଦୂର ସେଥିନେଇ ନିୟମିତ ଅଫିସ ଯାଏ, ବ୍ୟାଙ୍କ୍ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ହେଲେ ସମିତିରେ ଅନୁପସ୍ଥିତି ଦେଖାଯାଏ । ଅନ୍ୟପକ୍ଷରେ ୨୦୨୫ରେ ଖରିଫ୍ ପାଇଁ ଏ ପର୍ଯ୍ୟନ୍ତ ଋଣ ପ୍ରଦାନ କିମ୍ବା ସାର ବିକ୍ରୟ ହୋଇନାହିଁ , ୨୦୨୪-୨୦୨୫ ଧାନ ମଣ୍ଡି କାର୍ଯ୍ୟକଳାପ ସଭାପତିଙ୍କ ପ୍ରତ୍ୟକ୍ଷ ତାବଧାନରେ କରାଯାଇଅଛି । ତେବେ ଚାଷୀମାନଙ୍କର ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ଯେ ସଭାପତି ନିଜେ ୧୫୦ କ୍ୟୁଂଟାଲ ଧାନ ମଣ୍ଡିରେ ବିକ୍ରୟ କରିଛନ୍ତି । ତାହା ସର୍ବସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏହାର କ୍ଲାରିଫକେସନ ଦେବାକୁ ସେ ମଧ୍ୟ କାରଣଦର୍ଶାଅ ଜାରି କରିଥିଲେ । ତତସହିତ ୨୦୨୪ ଖରିଫ୍ ଓ ୨୦୨୪-୨୦୨୫ ରବି ଋଣ ଆଦାୟ ସମ୍ବର୍କିତ ସମସ୍ତ କାଗଜପତ୍ର ସଭାପତି ନିକଟରେଅଛି । ନିର୍ମାଣଧିନ ସମିତି ଗୃହ ନିର୍ମାଣ ବାବଦ ଅର୍ଥ ୫ ଲକ୍ଷ ଆସିଥିଲା । ଅଶୋକ ମଲିକ ସଭାପତି ଦାୟିତ୍ୱ ଗ୍ରହଣ କରିବା ବେଳେ ଗୃହ ନିର୍ମାଣ ସାମଗ୍ରୀ ବଳକା ଥିଲା । ପୁନଶ୍ଚ ୩,୭୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ସଭାପତି ଦେଢ ଲକ୍ଷ ଟଙ୍କା ବିନା ଭାଉଚରରେ ଉଠାଇ ନେଇଛନ୍ତି । ଯାହାକୁ ପରିଚାଳନା କମିଟି ଅଗଚୋରରେ ହୋଇଛି । ହେଲେ ବର୍ତନମାନ ସୁଦ୍ଧା ସମିତିର ବହୁ କାର୍ଯ୍ୟ ବାକି ରହିଛି ବୋଲି ସେ ଉତର ରଖିଥିଲେ । ଯାହାକୁ ନେଇ ସମିତି ଅଧିନରେ ଥିବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍‌ଥାନୀୟ ଅଂଚଳର କେତେଜଣ ବୁଦ୍ଧିଜୀବି କହିବା ଅନୁଶାରେ କୃଷି ଓ କୃଷକ ଉନ୍ନତି ପାଇଁ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସମବାୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିନେଇ ସରକାର ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀଙ୍କ ଆର୍ôଥକ ମାନଦଣ୍ଡକୁ ସୁଦୃଢ଼ କରିବାଲାଗି ୧୬ଟି ସମବାୟ ସମିତି ଜରିଆରେ ପ୍ରତିବର୍ଷ କୋଟି କୋଟି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ସମବାୟ ସମିତିକୁ ଯୋଗାଇ ଦେଉଛନ୍ତି। ହେଲେ ତାହା ଅନେକ ସମବାୟ ସନ୍‌ପାଦକ ବଟମାରଣା କରୁଥିବା ବେଳେ ଚାଷୀ ଉପକୃତ ହୋଇପାରୁନାହାନ୍ତି। ‘ନାବାର୍ଡ’ ପକ୍ଷରୁ କରାଯାଇଥିବା ଏନ୍‌ଏବିସିଓଏନ୍‌ଏସ୍‌ର ଏକ ସର୍ଭେରୁ ଜଣାପଡ଼ିଛି ଯେ ରାଜ୍ୟ ସମବାୟ ସମିତି ଓ ବ୍ୟାଙ୍କଗୁଡ଼ିକ ଉପରେ ଦିନକୁ ଦିନ ସ୍ୱଳ୍ପମିଆଦୀ ଋଣ ବୋଝ ବଢ଼ିଚାଲିଥିବାବେଳେ ଅସନ୍ତୁଳିତ ସ୍ଥିତି ଅସମ୍ଭାଳ ହୋଇଛି। ସମବାୟ ବ୍ୟାଙ୍କ ଓ ସମିତି ଏକପ୍ରକାର ଖୋଳ ସଦୃଶ ହୋଇଚାଲିଛି ।ଏନେଇ ପଟ୍ଟାମୁଣ୍ଡାଇ କଟକ ସମବାୟ ବ୍ୟାଙ୍କ ଶାଖାପରିଚାଳକ କୁହନ୍ତି ତଦନ୍ତ ପରେ କର୍ଯ୍ୟାନୁଷ୍ଠାନ ନିଆଯିବ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମାଟ୍ରିକ ପରୀକ୍ଷାରେ ୧୦ଜଣ ସଫଳ ଛାତ୍ରଛାତ୍ରୀ ; ଶୁଭମଜ୍ୟୋତି ରାଉତ ଜିଲ୍ଲା ଟପ୍ପର

Fri May 2 , 2025
ପଟ୍ଟାମୁଣ୍ଡାଇ ୨/୫ – ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଜଣ ଛାତ୍ରଛାତ୍ରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ତଥା ମନୋଜ ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ନମ୍ବର ରଖି ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading