ପଟ୍ଟାମୁଣ୍ଡାଇ ବ୍ଲକରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଉତ୍ସବ

blank
ପଟ୍ଟାମୁଣ୍ଡାଇ ତା ୧୧/୪-ଓଡିଶାରେ ଆଜି ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଶୁଭାରମ୍ବ ହୋଇଥିବା ବେଳେ ତଦନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ ହୋଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକର ସାନଜରିଆ, ବଡ଼ପଡା, ଅଢାଯୋଡି (ଚନ୍ଦନ ନଗର ),ଅଳପୁଆ, ଅଣ୍ଢରା , ତୁଳସୀଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର କଟକ ଠାରେ ଆୟୋଜିତ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ଉତ୍ସବର ସିଧା ପ୍ରସାରଣ ସହିତ ବ୍ଲକର ବିଭିନ୍ନ ପଂଚାୟତର ହିତାଧିକାରୀମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା ।
ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମେଡିକାଲ ଅଫିସର ଡା ପ୍ରଦୀପ ଚମ୍ପତିଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡିଓ ଅଶୋକ ମହାନ୍ତି ସାନଜରିଆ ସରପଞ୍ଚ ନିରାକାର ନାୟକ,ସମିତି ସଭ୍ୟ ସୁବାଷ ବାରିକ,ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା, ଗଙ୍ଗାରାମପୁର ସରପଞ୍ଚ ସନ୍ତୋଷିନୀ ଜେନା, ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ, ୧୬ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ହରିହର ସାହୁ,ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ, ସହକାରୀ ଯନ୍ତ୍ରୀ ବିନୟ ମିଶ୍ର, ଇଂ ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଥିଲେ । ବଡ଼ପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମେଡିକାଲ ଅଫିସର ଡା ନିରାକାର ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ବଡ଼ପଡା ସରପଞ୍ଚ ପ୍ରତିନିଧି ପାରେଶ୍ୱର ସେଠୀ, ଦିହୁଡି ପୁର ସରପଞ୍ଚ ନରେଶ ମଲିକ କଖାରୁଣୀ ସରପଞ୍ଚ ରମେଶ ମଲିକ ସମିତି ସଭ୍ୟ ସୁନୀଲ ସାମନ୍ତରାୟ, ବଡ଼ମୋହନପୁର ସରପଞ୍ଚ ଯଶୋମତି ରାଉତ,ବ୍ଲକ କନିଷ୍ଠ ଯନ୍ତ୍ରୀ ଜ୍ୟୋତିର୍ମୟୀ ସାହୁ ପ୍ରମୁଖ ପ୍ରଶାସନିକ ଓ ଲୋକପ୍ରତିନିଧି ଯୋଗ ଦେଇ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ଅ ଢା ଯୋଡ଼ି ( ଚନ୍ଦନନଗର ) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ବିପ୍ଳବ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତି,ଚନ୍ଦନନଗର ସରପଞ୍ଚ ବନୋଜ ସେଠୀ, ସମିତି ସଭ୍ୟ ମାନସ ମଲିକ, ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, ଖଣତା ସରପଞ୍ଚ ଅନିଲ ଲେଙ୍କା, ସମିତି ସଭ୍ୟ ସୁରେଶ ଜେନା, ଡାମରପୁର ସରପଞ୍ଚ ଅନୁସୂୟା ନାଥ, ଶାସନ ସରପଞ୍ଚ ସଂଗ୍ରାମ ବାରିକ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା,ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ ଓ ବିନୟ ମିଶ୍ର ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଲୋକପ୍ରତିନିଧି ଯୋଗ ଦେଇ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଅଣ୍ଢରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମେଡିକାଲ ଅଫିସର ଡ଼ା ଜ୍ୟୋତି ନାରାୟଣ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ରୋଜାଲିନ ମହାଳିକ, ଡ଼ା ବିରାଜ କଲ୍ୟାଣ ଦାସ,ବ୍ଲକ ସହକାରୀ ଯନ୍ତ୍ରୀ ସ୍ନିଗ୍ଧା ସାହୁ, ଅଣ୍ଢରା ସରପଞ୍ଚ କଳ୍ପନା ଜେନା, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ,ବଲୁରିଆ ସମିତି ସଭ୍ୟ ସୁରେନ୍ଦ୍ର ତରାଇ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ଯୋଗ ଦେଇ ଆୟୁଷ୍ମାନ ଭାରତ କାର୍ଡ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । ଅଳପୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଡ଼ା ବିଶ୍ୱଷିନୀ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ରୋଜାଲିନ ମହାଳିକ, ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ,ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସଭ୍ୟ ରାମଚନ୍ଦ୍ର ସେଠୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ସ୍ନିଗ୍ଧା ସାହୁ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ଯୋଗ ଦେଇ ହିତାଧିକାରୀମାନଙ୍କୁ ଆୟୁଷମାନ ଭାରତ କାର୍ଡ ବଣ୍ଟନ କରିଥିଲେ । ତୁଳସୀଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମେଡିକାଲ ଅଫିସର ଡ଼ା ଅଭିଲିପ୍ସା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏ ବି ଡି ଓ ସନ୍ତୋଷ ମନ୍ତ୍ରୀ,୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ସରପଞ୍ଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ଯୋଗ ଦେଇ ହିତାଧିକାରୀମାନଙ୍କୁ ଆୟୁଷ୍ମାନ ଭାରତକାର୍ଡ ବଣ୍ଟନ କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଉତ୍ସବ

Fri Apr 11 , 2025
ପଟ୍ଟାମୁଣ୍ଡାଇ ତା ୧୧/୪-ଓଡିଶାରେ ଆଜି ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଶୁଭାରମ୍ବ ହୋଇଥିବା ବେଳେ ତଦନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ ହୋଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର କଟକ ଠାରେ ଆୟୋଜିତ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ଉତ୍ସବର ସିଧା ପ୍ରସାରଣ ସହିତ ପୌରାଞ୍ଚଳର […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading