ଭିନ୍ନକ୍ଷମ ମାନେ ଜୀବନ ନିର୍ବାହରେ ଯାବତୀୟ କଠିନତାର ସମ୍ମୁଖୀନ କରିଥାନ୍ତି

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ

blank

ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସକୁ ନେଇ ଏକ ଆଇନ ସଚେତନା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରା ଜଜ୍ ବିଦ୍ୟାଧର ପୃଷ୍ଟି ମଂଚାସିନ ହୋଇ ଆଇନ ସେବା ସମିତି ଦ୍ୱାରା ଦିବ୍ୟାଙ୍ଗ ମାନେ କିପରି ଉପକୃତ ହେବେ, ଦିବ୍ୟାଙ୍ଗ ମାନଙ୍କ ପାଇଁ ସମ୍ବିଧାନରେ ଥିବା ବିଭିନ୍ନ ଆଇନ ବିଷୟ ନେଇ ସଚେତନ କରିଥିଲେ। ଭାରତର ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ ରହୁଥିବା ବେଳେ ସେମାନେ ଜୀବନ ନିର୍ବାହରେ ଯାବତୀୟ କଠିନତାର ସମ୍ମୁଖୀନ କରିଥାନ୍ତି । ସେଥିପାଇଁ ୧୯୯୫ ମସିହାରେ ଏକ ଭିନ୍ନକ୍ଷମ ଆଇନର ପ୍ରଣୟନ କରାଯାଇଥିଲା। ପରବର୍ତି ସମୟ ଏହି ଆଇନକୁ ସଂସୋଧନ କରି ୨୦୧୬ରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ବିଧେୟକକୁ ନେଇ ନୂତନ ଆଇନ କରାଯାଇଥିଲା। ଏହି ନୂତନ ଭିନ୍ନକ୍ଷମ ଆଇନ ଅଧିକ ବିସ୍ତୃତ ଭାବରେ ପ୍ରତ୍ୟେକ ଦିଗ ଯେପରି ଶିକ୍ଷା, ସାମାଜିକ ସୁରକ୍ଷା, ନିଯୁକ୍ତି ଓ ସ୍ୱତନ୍ତ୍ର ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଭୃତି କ୍ଷେତ୍ରରେ ସୁନିଶ୍ଚିତ ଆରକ୍ଷଣର ବ୍ୟବସ୍ଥା କରାଯାଇ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣର ପ୍ରତିଶତକୁ ସୁନିର୍ଦ୍ଦିଷ୍ଟ କରାଯାଇଛି। ଯଦି ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନେ ଏହି ନୂତନ ଭିନ୍ନକ୍ଷମ ଆଇନ ୨୦୧୬ରେ ଥିବା ସେମାନଙ୍କ ଅଧିକାର ସମ୍ପର୍କିତ ପ୍ରାବଧାନ ସମ୍ପର୍କରେ ଅବଗତ ହୋଇପାରିବେ, ତେବେ ସେମାନେ ସେମାନଙ୍କ ନ୍ୟାୟିକ ଅଧିକାର ପାଇବା ସହ ଏହି ଆଇନର ଉଦ୍ଦିଷ୍ଟ ଲକ୍ଷ୍ୟସାଧନ ହୋଇପାରିବ। ୨୦୧୬ ମସିହାରେ ପ୍ରଣିତ ଏହି ଯୁଗାନ୍ତକାରୀ ନୂତନ ଆଇନରେ ସମୁଦାୟ ୧୭ ଗୋଟି ଅଧ୍ୟାୟ ରହିଥିବା ବେଳେ ୧୦୨ ଗୋଟି ଧାରାକୁ ଏଥିରେ ସନ୍ନିବେଶିତ କରାଯାଇଛି। ୧୯୯୫ ଆଇନରେ ପ୍ରଚଳିତ ୭ ପ୍ରକାରରୁ ଏଥିରେ ୨୧ ପ୍ରକାର ଭିନ୍ନକ୍ଷମତାକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅତିରିକ୍ତ ଦୌରା ଜଜ୍ ବିଦ୍ୟାଧର ପୁଷ୍ଠି କହିଥିଲେ । ଏହି ସଭାରେ ଅତିରିକ୍ତ ସିଭିଲିଜଜ ଡି. କେ. ବାଳକ୍ରୀଷ୍ଣନ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କର ପ୍ରତିଭା ଓ ସେମାନଙ୍କ ପାଇଁ କେଉଁ କେଉଁ ଆଇନ ଅଛି ସରକାରଙ୍କ ତରଫରୁ ସାହାଯ୍ୟ ମିଳୁଛି ଏବଂ ସେମାନଙ୍କର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପ ସଭାପତି ସୁରେଶ ନରେନ୍ଦ୍ର ସ୍ୱାଗତଭାଷଣ ଓ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦନ କରିଥିଲେ । ଏଥିରେ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ପଣ୍ଡା, ଆଇନଜୀବୀ ହୃଦାନନ୍ଦ ମହାନ୍ତି, ରିଟେନର ଗୀତାଞ୍ଜଳି ପୃଷ୍ଟି, ଶିକ୍ଷାବିତ ବିଜୟ ରାଉତ, ସୁନୀତା ବେହେରା, ପ୍ରିୟମ୍ବଦା ବେହେରା, ପ୍ରଫୁଲ୍ଲ ଦାଶ, ଗଣେଶ ବାରିକ ସମେତ ଆଇନଜୀବୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ପୌରାଂଚଳର ଭିନ୍ନକ୍ଷମ ବ୍ୟକ୍ତି ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ଆଇନ ସେବା ସମିତି ସଭ୍ୟାସଭ୍ୟ ଓ ପଂଚାୟତ ସମିତି କର୍ମଚାରୀ ମାନେ ମିଳିତ ଭାବେ ପରିଚାଳନା କରିଥିଲା ।ଶେଷରେ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ କଲେଜରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

Wed Dec 3 , 2025
କଟକ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ବିଜୟୀ ପଟ୍ଟାମୁଣ୍ଡାଇ ୩/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଖେଳ ପଡିଆରେ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।ଦୁଇଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ୧୦ଟି ମହାବିଦ୍ୟାଳୟର ପ୍ରତିଯୋଗିମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ କଟକ ବିଜୟୀ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ନିର୍ଦେଶରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading