
ପଟ୍ଟାମୁଣ୍ଡାଇ ତା ୨୪/୧୧- ଓଡ଼ିଶାର ପ୍ରଥମ ପାଣି ପାଇପ କାରିଗର ତାଲିମ କେନ୍ଦ୍ର ପଟ୍ଟାମୁଣ୍ଡାଇ ସରକାରୀ ଆଇ ଟି ଆଇ ପରିସରରେ ୧୨କୋଟି ଟଙ୍କା ବ୍ୟୟ ରେ ୨୦୦ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ, ଷ୍ଟାଫ କ୍ୱାଟର ଓ ୱାର୍କ ସପ ଗୃହର ଶୁଭ ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସରକାରୀ ଆଇ ଟି ଆଇ ହଷ୍ଟେଲ, ଷ୍ଟାଫ କ୍ୱାଟର ଓ ୱାର୍କ ସପ ଗୃହର ଶୁଭ ଶିଳାନ୍ୟାସ କରିବା ସହିତ ପାଣି ପାଇପ କାରିଗରୀ ପାଇଁ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିବା ପଟ୍ଟାମୁଣ୍ଡାଇ ସମେତ ବିଭିନ୍ନ ଅଂଚଳ ର ପିଲାମାନେ ଉପଯୁକ୍ତ ତାଲିମ ଗ୍ରହଣ କରି ଭବିଷ୍ୟତରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ହାସଲ କରିପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବ ରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ସତ୍ୟବ୍ରତ ପଣ୍ଡା, ପଟ୍ଟାମୁଣ୍ଡାଇ ସରକାରୀ ଆଇ ଟି ଆଇ ଅଧ୍ୟକ୍ଷ ଲଷ୍ମୀକାନ୍ତ ବିଶ୍ୱାଳ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ବ୍ଲକ ବିଜେଡି ଉପସଭାପତି ସର୍ବେଶ୍ୱର ମହାନ୍ତି,ଶ୍ରୀରାମ ଫାଉଣ୍ଡେସନ ଅଧକ୍ଷ ଉତ୍ତମ ଖୁଣ୍ଟିଆ କାଉନସିଲର ପ୍ରଶାନ୍ତ ବାରିକ, ସୁବାଷ ମଲିକ, ମୃତ୍ୟୁଞ୍ଜୟ ପାଢ଼ୀ, ଲାସ୍ୟମୟୀ ସାହୁ, ସାନିଆ ପରମିନ,ରୀନାରାଣୀ ମଲିକ,ସୁଧା ମୟ ମଲିକ,ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ସମ୍ପାଦକ ପ୍ରିୟବ୍ରତ ଓଝା, ସରପଞ୍ଚ ଅନିଲ ଲେଙ୍କା,ସଂଗ୍ରାମ ବାରିକ ବସନ୍ତ ନାଥ,ପ୍ରତାପ ସେଠୀ, ସମିତି ସଭ୍ୟ ମାନସ ମଲିକ ନଗର ବିଜେଡି ଉପସଭାପତି ଟୁଟୁ ମିଶ୍ର, ଯୁବ ନେତା ସଂଗ୍ରାମ ସ୍ୱାଇଁ, ନିରାକାର ସାହୁ ଯୁବନେତା ଏମ ଡ଼ି ପପୁ, ବାବନ ସାହୁ, ଶଶିକାନ୍ତ ପଣ୍ଡା ସୌରେନ୍ଦ୍ର ବେହେରା, ବାପି ସାମଲ ମଳୟ ମଲିକ, ସ୍ୱରୂପାନନ୍ଦ ସାମଲ, ପ୍ରେମାନନ୍ଦ ସେଠୀ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତ୍ତା ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସାହୁ ପଟ୍ଟାମୁଣ୍ଡାଇ ଆଇ ଟି ଆଇ ଉପକଣ୍ଠରେ ପହଂଚିବା ମାତ୍ରେ ନଗର ଯୁବବିଜେଡି ସଭାପତି ଅଶୋକ ଧଳ, କାଉନସିଲର ପ୍ରଶାନ୍ତ ବାରିକ ଯୁବନେତା ଏମ ଡ଼ି ପପୁ, ବାବନ ସାହୁ, ନିରାକାର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ବିଜେଡି ନେତା କର୍ମୀ ଓ ଜନସାଧାରଣ ବାଜା ବଜାଇ ବାଣ ଫୁଟାଇ ବିଧାୟକ, ବ୍ଲକ ଓ ପୌର ଅଧ୍ୟକ୍ଷ ଙ୍କୁ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ ।
