ରାଜ୍ୟ ସ୍ତରୀୟ ସୁରଭିରେ ବିନୀତ ପ୍ରଥମ

blank
କେନ୍ଦ୍ରାପଡ଼ା,୧୫ା୧୧:ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର କୁଇଜ୍ ପ୍ରତିଯୋଗିତାରେ କେନ୍ଦ୍ରାପଡାର ବିନୀତ କୁମାର ଷଡଙ୍ଗୀ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତ ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବିନୀତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ବରିଷ୍ଠ ବିଭାଗର କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୈାରବ ଆଣିଦେଇଛନ୍ତି। ତ୍ରିଦିବସୀୟ ଏହି ଶିଶୁ ମହୋତ୍ସବର ଉଦଯାପନୀ ଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ଠାରୁ ବିନୀତ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ବ୍ଲକ ଓ ଜିଲ୍ଲା ସ୍ତରୀୟ ସୁରଭିରେ ପ୍ରଥମ ହୋଇଥିବା ବିନୀତ ଜଣେ ମେଧାବୀ ଛାତ୍ର ଭାବରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିସହିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ଏବଂ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରିକ୍ଷାରେ ଯୋଗ୍ୟତା ଅର୍ଜ୍ଜନ କରି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିନୀତଙ୍କ ପିତା ସୁଧାଂଶୁ ଶେଖର ଷଡଙ୍ଗୀ ବୃତ୍ତିରେ ଜଣେ ଶିକ୍ଷକ ଏବଂ ମାତା ମନୋରମା ପଣ୍ଡା ଜଣେ ସୁଗୃହିଣୀ। ନିଜ ମାତାପିତା ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି।

Next Post

ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଉତ୍ସବ

Sat Nov 15 , 2025
କେନ୍ଦ୍ରାପଡ଼ା,୧୫ା୧୧:ଜିଲ୍ଲା ପ୍ରଶାସନ(ମଙ୍ଗଳ ବିଭାଗ) ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଜନଜାତୀୟ ଗୌରବ ଦିବସ-୨୦୨୫ ଓ ଭଗବାନ ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରୀଷ୍ଣ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading