କେନ୍ଦ୍ରାପଡା, ୩୦ା୪: ଆଜି କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରି ପବିତ୍ର କୃଷି ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ବିଷୟରେ କହିଲେ ଯେ ଏହି ଦିନ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା । ଏହିଦିନ ଦ୍ୱାରକାଧିପତି ଶ୍ରୀକୃଷ୍ଣ ଦରିଦ୍ର ସୁଦାମାଙ୍କୁ ଧନ ସମ୍ପତ୍ତି ଦାନ କରି ଦରିଦ୍ର ମୁକ୍ତ କରିଥିଲେ । ଏହିଦିନ ବେଦବ୍ୟାସ ମହାଭାରତ କାବ୍ୟର ଶ୍ରୁତିିଲିଖନ ଶ୍ରୀ ଗଣେଶଙ୍କୁ ଡାକି ଶୁଭାରମ୍ଭ କରିଥିଲେ । ସେ ସମସ୍ତ ରାଜ୍ୟ ତଥା କେନ୍ଦ୍ରାପଡାବାସୀ ବିଶେଷ କରି ଚାଷୀବୃନ୍ଦର ସୁଖ ସମୃଦ୍ଧି ଅକ୍ଷୟ ରଖିବାକୁ ମା’ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ବ୍ଲକ ସଭାପତି ଆଲୋକ ସାହୁ, ନଗର ସଭାପତି ଜଜାତି ମହାନ୍ତି, ସରପଞ୍ଚ ଦୀପାଞ୍ଜଳି ଜେନା, ରଞ୍ଜିତ ଜେନା, ଅକ୍ଷୟ ପାତ୍ର, ଅଶୋକ ବରାଳ, ଶରତ ସାମଲ, ଲକ୍ଷ୍ମୀଧର ପଲାଇ, ପ୍ରମୋଦ ଲେଙ୍କା, ମୋହନୀ ଚରଣ ଆଚାର୍ଯ୍ୟ, ତନ୍ମୟ ପରିଡା, ଅର୍ଜୁନ ପଲାଇ, ବସନ୍ତ ନାୟକ, ରମେଶ ମଳିକ, ଉଦୟ ମଳିକ, ପ୍ରଶାନ୍ତ ପ୍ରଧାନ, ଶରତ ଭଳ, ଅକ୍ଷୟ ପରିଡା, କଳାକାର ମଳିକ, ଉଦକର ମଳିକ, ସୁନାକର ବିଶ୍ୱାଳ, ପ୍ରସାଦ ଜେନା, ଭାବଗ୍ରାହୀ ବରାଳ, ପୁରସ୍ତମ ପରିଡା, ଅଭିମନ୍ୟୁ ପରିଡା, ନରୋତ୍ତମ ମଳିକ, ରାଜନ ଥାଟୋଇ, ପ୍ରକାଶ ଦାସ, ସମ୍ବିତ ଶ୍ରୀଚନ୍ଦନ, ପ୍ରଭାତ ଉଡାଣ ସିଂ, ଦେବାଶୀଷ ବରାଳ, ପ୍ରଶାନ୍ତ ବରାଳ, ଅନୁସୂୟା ନାୟକ, ଜଗନ୍ନାଥ ନାୟକ, ଦେବବ୍ରତ ବରାଳ, ହରିପଦ ବେହେରା, ବାବାଜୀ ମଳିକ, ଯଦୁନାଥ ରାଉତ, କୃଷ୍ଣ ମଲ୍ଲିକ, ହରି ସିଂ, ବସନ୍ତ ମଳିକ, ବସନ୍ତ ରାଉତ, ବାବୁଲି ମଳିକ, ରବି ସେଠୀ, ରୋହିତ ମଳିକ, ଦୈତାରୀ ସାହୁ, ହରି ସାହୁ, ଧନେଶ୍ୱର ପାତ୍ର, କୃତିବାସ ସ୍ୱାଇଁ, ସୌରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Discover more from
Subscribe to get the latest posts sent to your email.