ଇଂରାଜୀ ନବବର୍ଷରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ

blank
କେନ୍ଦ୍ରାପଡ଼ା,୧ା୧:ନୂଆ ବର୍ଷ ଉପଲକ୍ଷେ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଦର୍ଶନ ପାଇଁ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି। ଗୁରୁବାର ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ରାତି ପର୍ଯ୍ୟନ୍ତ ମଧ୍ୟ ଏହି ଭିଡ଼ ଲାଗି ରହିଥିଲା। ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ବାସୀ ମୁଖ୍ୟତଃ ନୂଆ ବର୍ଷରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିସାରିବା ପରେ ଅନ୍ୟ କାର୍ଯ୍ୟ କରିଥାନ୍ତି। ସକାଳୁ ଶ୍ରୀଜୀଉଙ୍କ ରୀତି ନୀତି ସମ୍ପନ୍ନ କରାଯିବା ପରେ ସାହାଣ ମେଲା ଆରମ୍ଭ ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଆଜି ଜିଲ୍ଲାପାଳ ରଘୁରାମ ଆର.ଆୟାର, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ବହବୁ ବିଶିଷ୍ଟବ୍ୟକ୍ତି ଶ୍ରୀଜୀଉଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥରଲେ। ଗୁରୁବାର ନୂଆ ବର୍ଷ ପଡିଥିବାରୁ ବଳଦେବଜୀଉଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା। ଭକ୍ତମାନେ ଗୁରୁବାର ଭୋର ସମୟରୁ ମନ୍ଦିରକୁ ଆସିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିରରେ ଗହଳି ଲାଗି ରହିଥିଲା। ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିବା ଜଣାପଡିଛିି। ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ବଳ ମୁତୟନ କରାଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା। ତେଣୁ ବିଶେଷ କିଛି ଅଘଟଣ ଘଟି ନଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Next Post

ନୂଆ ବର୍ଷରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ , ଜିଲ୍ଲାକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ଏକଜୁଟ ହୋଇ କାମକର

Fri Jan 2 , 2026
କେନ୍ଦ୍ରାପଡ଼ା,୧ା୧:ନୂଆ ବର୍ଷ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅଧିକାରୀ ମାନେ ନିଜ ନିଜ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଯେପରିକି ଅଡ଼ିଟୋରିୟମ ନିର୍ମାଣ ,ଅତିଥି ଭବନ, ଇଣ୍ଡୋର ହଲ, ସୁଇମିଂ ପୁଲ୍ ନିର୍ମାଣ, ଶୀତଳ ଭଣ୍ଡାର, ନୂତନ ରାସ୍ତା ନିର୍ମାଣ ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading