- ପ୍ରଶାସନର ଦେଖାନାହିଁ
- ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଧାରଣା ସ୍ଥଳରେ ପହିଁଚି ଚାଷୀଙ୍କ ଅସୁବିଧା ବୁଝିଲେ

ପଟ୍ଟାମୁଣ୍ଡାଇ ୧୫/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଏକାଧିକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି । ସେଥିମଧ୍ୟରୁ ଶ୍ୟାମସୁନ୍ଦରପୁର ସମ୍ପାଦକ ଚାଷୀଙ୍କୁ ହତସନ୍ତ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ବହୁଦିନ ଧରି ଧାନ ପଡି ରର୍ହିଛି । ଯାହାକୁ ନେଇ ଚାଷୀ ଶନିବାର ପୂର୍ବାହ୍ନରୁ ସମବାୟ ସମିତି ଆଗରେ ଧାରଣା ଦେଇଥିଲେ । ହେଲେ ଧାରଣାକୁ ଦୁଇଦିନ ବିତିଯାଇଥିବା ବେଳେ ରବିବାର ସଂନ୍ଧ୍ୟା ପର୍ଯ୍ୟନ୍ତ ଜିଲା ପ୍ରଶାସନର ଦେଖା ନଥଲା । ମାତ୍ର ରବିବାର ଅପରହ୍ନରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଧାରଣା ସ୍ଥଳରେ ପହିଁଚି ଚାଷୀଙ୍କ ଅସୁବିଧା ବିଷୟରେ ବୁଝିଥିଲେ । ଏନେଇ ଶ୍ରୀ ମହାନ୍ତି ଏଆରସିଏସ ଜୋଗେନ୍ଦ୍ର ବିଶ୍ୱାଳଙ୍କୁ ଫୋନ କରିଥିବା ବେଳେ ତାଙ୍କ ଫୋନ ବନ୍ଦ ପାଇଥିଲେ । ତେଣୁ ପୂର୍ବତନ ବିଧାୟକ ମହାନ୍ତି କେନ୍ଦ୍ରାପଡା ଜିଲାପାଳଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ସିଏସଓଙ୍କୁ ଧାନ ଟାର୍ଗେଟ ବଢାଇବାକୁ କହିବା ସହିତ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କହିଥିଲେ । ଯଦି ଚାଷୀଙ୍କ ସମସ୍ୟା ସମାଧାନ ନହୁଏ ତେବେ ଆଗାମିଦିନରେ ଚାଷୀଙ୍କ ଧାରଣାକୁ ସହଯୋଗ କରିବେ ବୋଲି ସେ ଚେତାଇ ଦେଇଛନ୍ତି ବୋଲି କହିଛନ୍ତି ।

ପ୍ରକାଶ ଯେ , ଗତ କିଛିଦିନ ହେବ ଶ୍ୟାମସୁନ୍ଦରପୁର ସମବାୟ ସମିତି ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିଲା । ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନଥିବା ଚାଷୀ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଯାହାକୁ ନେଇ ଶନିବାର ପୂର୍ବାହ୍ନରୁ ଚାଷୀମାନେ ବାଧ୍ୟ ହୋଇ ସମବାୟ ସମିତି ସମୁଖରେ ଧାରଣା ଦେଇଥିଲେ। ଶନିବାର ସଂନ୍ଧ୍ୟା ସମୟ ପର୍ଯ୍ୟନ୍ତ କେହି ଚାଷୀଙ୍କ କଥା ଶୁଣି ନଥିଲେ ନା ଧାରଣା ସ୍ଥଳକୁ ଆସିନଥିଲେ । ମାତ୍ର ସଂନ୍ଧ୍ୟାରେ ସମ୍ପାଦକ ଚାଷୀଙ୍କ ନିକଟକୁ ଆସି ମିଲରେ ଧାନ ନେଇଯିବାକୁ ସେମାନଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ଏଥିରେ ଚାଷୀ ମନଉଣା କରିବାରୁ ସଂନ୍ଧ୍ୟାରେ ସମ୍ପାଦକ ତପନ ସ୍ୱାଇଁ ଓ ଜଗୁଆଳି ସେମାନଙ୍କୁ ଘଉଡାଇଦେବା ସହିତ ମାରଧର କରିଥିବା ନେଇ ଚାଷୀ ରବିନ୍ଦ୍ର ଦାସ ଓ କୁଳମଣି ଦାସ ଏବଂ ଅନ୍ୟମାନେ ୧୧୨କୁ ଫୋନ କରି ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମଂଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଧାନ ନଯିବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଚାଷୀ ଅଜିତ କୁମାର ରାଉତ, ବାସନ୍ତି ରାଉତ, ସୁବାଷ ରାଉତ, କୃପାସିନ୍ଧୁ ଦାସ, ଉମେଶ ସିଂ, ରବିନ୍ଦ୍ର ନାୟକ, ବାବଜୀ ସ୍ୱାଇଁ, ଡମ୍ବରୁ ଧର ଦାସ, ମନୋରମା ରାଉତ ପ୍ରମୁଖ କହି ଧାରଣା ଅବ୍ୟହତ ରଖିଥିବା ବେଳେ ରବିବାର ନବନିର୍ମାଣ କୃଷକ ସଂଗଠନ ସଭାପତି ଦାଶରଥି ସାହୁ, ଦୋଳ ଗୋବିନ୍ଦ ସାହୁ, ଶିଶିର ଓଝା, ଅନ୍ତର୍ଯ୍ୟମୀ କୁଣ୍ଡ, ପବିତ୍ର କୁଣ୍ଡ କୁଷକ ନେତା ବିଜୟ ଦାସ, କଂଗ୍ରସ ନେତା ପ୍ରକାଶ ମହାନ୍ତି ପ୍ରମୁଖ ସହେଯାଗ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ସ୍ଥଳରେ କୌଣସି ସରକାରୀ ଅଧିକାରୀ ପଂହଁଚି ନଥିବା ବେଳେ ଶାନ୍ତି ଶୁଙ୍ଖଳା ପାଇଁ ଗ୍ରାମାଂଚଳ ଥାନା ପକ୍ଷରୁ ପୋଲିସ ମୃତୟନ କାରାଯାଇଛି ।
