କେନ୍ଦ୍ରାପଡାରେ ସୁଭଦ୍ରା ଶକ୍ତି ମେଳା ଭବ୍ୟ ଭାବେ ଉଦଘାଟିତ

blank
କେନ୍ଦ୍ରାପଡ଼ା,୨୪ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଆଜି ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ରପାତି ମେଳା ଓ ମତ୍ସ୍ୟ ସମ୍ପଦ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଛି।ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ମହିଳା ସଶକ୍ତ ହେଲେ ପରିବାରର ଉନ୍ନତି ହେବ, ପରିବାର ଉନ୍ନତି ହେଲେ ଜିଲ୍ଲାର ଉନ୍ନତି, ତଥା ରାଜ୍ୟ ଓ ଦେଶର ସମଗ୍ର ଉନ୍ନତି ସୁନିଶ୍ଚିତ ହେବ।”ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର , କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲୀକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲୀକ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରଭାରଞ୍ଜନ କବି ଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ମେଳାରେ ୧୫୦ ରୁ ଅଧିକ ଷ୍ଟଲ୍‌? ସ୍ଥାପିତ ହୋଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଦ୍ରବ୍ୟ ଓ ସୁସ୍ୱାଦୁ ଖାଦ୍ୟ ପଦାର୍ଥର ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ଏହା ସହିତ ଆଧୁନିକ କୃଷି ଯନ୍ତ୍ରପାତି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମେଳାର ମୁଖ୍ୟ ଆକର୍ଷଣ ରହିଛି।ମେଳା ଅବଧିରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଦର୍ଶକମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟାରେ ଆସି ମେଳାକୁ ଆସି ଉପଭୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Next Post

ଜଗନ୍ନାଥପୁର ମା’ବାସନ୍ତୀକଦୁର୍ଗା ପୂଜାରେ କଳସ ଯାତ୍ରା

Wed Mar 25 , 2026
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯାଇଥିଲା। ଏହି ଉପଲକ୍ଷେ ସପ୍ତମୀ ତିଥିରେ ବିଲ ବଳରାମପୁର ଲୁଣାନଦୀ ଘାଟରୁ ଜଗନ୍ନାଥପୁର, ପାରାଚକ ଓ ଆଖପାଖ ଗ୍ରାମର ମା’ଓ ଭଉଣୀମାନେ ୧୭୨ଟି କଳସୀରେ ଜଳଆଣି ଏକ ଶୁଶୋଭିତ ଶୋଭାଯାତ୍ରାରେ ମା’ବାସନ୍ତୀକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading