କେନ୍ଦ୍ରାପଡ଼ା,୧୯ା୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟ( ସି.ପି.ଆ.ଇ.)ର ଦୁଇଦିନିଆ ଦଶମ ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଜିଲ୍ଲା ସହସାମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖୋଲା ଅଧିବେସନରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୂର୍ବତନ ବିଧାୟକ ସାଥି ଏନ.ନାରାୟଣ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସମ୍ପାଦକ ମଣ୍ଡଳୀ ସଭ୍ୟ ଡ. ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ମାର୍ଶାଘାଇ-ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ପ୍ରାଧ୍ୟାପକ ସାଥି ଅଭୟ ସାମଲ, ରାମଚଣ୍ଡୀ କୃଷକ ସଭା ସଭାପତି ସାଥି ପ୍ରଶାନ୍ତ ଚୈାଧୁରୀ, ସମ୍ପାଦକ ସାଥି କୈଳାସ ଚନ୍ଦ୍ର ସାହୁ, ଅଭ୍ୟର୍ଥନା କମିଟି ସଭାପତି ସାଥି ବିଚିତ୍ର କୁମାର ମଲ୍ଲ, ଉପସଭାପତି ସାଥିô ଡ. ବାବୁଲାଲ କର ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ବର୍ତ୍ତମାନ ଦେଶର ସମସ୍ୟା ଓ କମ୍ୟୁନିଷ୍ଟମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ପାର୍ଟିର ଶହେ ବର୍ଷର ଇତିହାସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରି ଜନସାଧାରଣଙ୍କୁ ଆହ୍ୱାନ ଦେବା ସହିତ ସି.ପି.ଆଇ.ର ଭୂମିକା ସମ୍ପର୍କରେ ଏକ ଲୋମହର୍ଷଣକାରୀ ବକ୍ତବ୍ୟ ରଖିଥିଲେ। ପରେ ପ୍ରାକ୍ତନ ସମ୍ପାଦକ ରାଜ୍ୟ ପରିଷଦର ସଭ୍ୟ ସାଥି ବାବାଜୀ ଧଳଙ୍କ ସମେତ ମଞ୍ଚାସୀନ ସମସ୍ତ ସାଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ସାଥି ସଂଯୁକ୍ତା ରାଉତ, ସାଥି ହରେକୃଷ୍ଣ ମାଝୀ, ସାଥି ବସନ୍ତ ଖଟେଇ, ସାଥି ଧିରେନ୍ଦ୍ର କୁମାର ସାମଲ, ସାଥି ଶଶିକାନ୍ତ କୁଣ୍ଡୁ, ସାଥି ଅଭୟ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସଭାସ୍ଥଳରେ ପହଞ୍ଚିବା ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟ ସୀତାକାନ୍ତ ନାୟକ ଏକ ବୈପ୍ଳବିକ ସଂଗୀତ ଗାନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସାଥି ରବୀନ୍ଦ୍ର କୁମାର ପରିଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଗତବର୍ଷ ସଂଗ୍ରାମର ଲାଲ ପତାକାକୁ ଶିକ୍ଷାବିତ ଅଜୟ ସାମଲ ଉତ୍ତୋଳନ କରିଥିଲେ। ସାଥି ବିକାଶ ଚନ୍ଦ୍ର ବେଉରା, ସାଥି ରବୀନ୍ଦ୍ର କୁମାର ପରିଡା, ସାଥି ସୋହାନା ବେଗମଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଉଦଘାଟନ ପର୍ବକୁ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ସାଥି ନିରଞ୍ଜନ ଦାସ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ସମ୍ମିଳନୀକୁ ସାଥି ନାରାୟଣ ରେଡ୍ଡୀ ଉଦଘାଟନ କରି ସମ୍ମିଳନୀର ସଫଳତା କାମନା କରିଥିଲେ। ଏହାପରେ “ସମ୍ବିଧାନର ଲକ୍ଷ୍ୟ ଓ ଅଗ୍ରଗତି” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାଥି ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଦିନ ପ୍ରାରମ୍ଭରେ ରିିପୋର୍ଟ ଉପରେ ୨୨ଜଣ ସାଥି ଆଲୋଚନା କରିବା ପରେ ରିପୋର୍ଟ ଗୃହିତ ହେବା ସହ ୯ଟି ପ୍ରସ୍ତାବ ସମ୍ମିଳନୀରେ ପାରିତ ହୋଇଥିଲା। ସେହି ୯ଟି ପ୍ରସ୍ତାବ ହେଉଛି ନିପ୍ପନ ଆର୍ସେଲର ମିତ୍ତଲ କମ୍ପାନୀ କେନ୍ଦ୍ରାପଡାରେ ବୃହତ ଇସ୍ପାତ କାରାଖାନା ପ୍ରତିଷ୍ଠା କରିବା, ଆଞ୍ଚଳିକ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଓ ଉଚିତ କ୍ଷତିପୁରଣ ପ୍ରଦାନ, ଜମ୍ବୁ କେନାଲର ପୁନରୁଦ୍ଧାର କରି ଜଳସେଚନର ବ୍ୟବସ୍ଥା କରିବା, ପ୍ରତ୍ୟେକ ବ୍ଲକରେ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା, ମହାନଦୀର ଭୁତୁମୁଣ୍ଡାଇ ଓ ବ୍ରାହ୍ମଣୀର ଅଳପୁଆ ଠାରେ ବ୍ୟାରେଜ ନିର୍ମାଣ କରିବା, ଚାଷୀଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ପେନସନ ପ୍ରଦାନ କରାଯିବା ପ୍ରଭୃତି। ଏହି ଅବସରରେ ଜିଲ୍ଲାର ୧୧ଜଣ ସାଥିଙ୍କୁ ନେଇ ଏକ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଏହି କମିଟିର ସମ୍ପାଦକ ଭାବେ ସାଥି ବିକାଶ ଚନ୍ଦ୍ର ବେଉରା, ସହ ସମ୍ପାଦକ ଭାବେ ଆଦିକନ୍ଦ ରାଉଳ ଓ ସାଥି ସୋହାନା ବେଗମଙ୍କ ସହିତ ସାଥି ରମଣୀରଞ୍ଜନ ରାଉତରାୟ, ସାଥି ବାବାଜୀ ଧଳ, ସାଥି ରବିନ୍ଦ୍ର ପରିଡା, ସାଥି ନିରଞ୍ଜନ ଦାସ, ସାଥି ରଞ୍ଜନ କୁମାର ମଲ୍ଲିକ, ସାଥି ଅଭୟ ଦାସ, ସାଥି ସଂଯୁକ୍ତା ରାଉତ, ସାଥି ସୀତାକାନ୍ତ ନାୟକ ପ୍ରମୁଖ ୧୧ଜଣ ନିର୍ବାଚିତ ହୋଇଥିଲେ। ନୂତନ ଜିଲ୍ଲା କମିଟିର ପ୍ରଥମ ବୈଠକରେ ଆସନ୍ତା ସେପ୍ଟେମ୍ବରମାସ ୨୦ତାରିଖରେ ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତ ବ୍ଲକର ସାଥିମାନେ ଦାୟିତ୍ୱ ନେଇଥିଲେ। ଜୁନମାସ ପ୍ରଥମ ସପ୍ତାହରେ ଏକ ଆଦର୍ଶଗତ ଶିକ୍ଷା ଶିବିର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସନ୍ତା ସେପ୍ଟେମ୍ବର ୫ତାରିଖରେ ରାଜ୍ୟ ସମ୍ମିଳନୀର ସମାବେଶରେ ୫ଶହ ସାଥି ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇ ବର୍ଷୀୟାନ ସାଥି ସୁଧାଂଶୁ ମଣ୍ଡଳ ପତାକା ଅବତରଣ କରିବା ପରେ ନୂତନ ସମ୍ପାଦକଙ୍କୁ ପତାକା ଦିଆଯାଇଥିଲା।
Discover more from Lokamata Odisha
Subscribe to get the latest posts sent to your email.