ମାଇଁ ଭାରତ କେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

blank
କେନ୍ଦ୍ରାପଡ଼ା,୧୩ା୨:ମାଇଁ ଭାରତ ଓ ତ୍ରିପୁରା କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଭଲିବଲ, ସ୍ଲୋ ସାଇକେଲ, ଏକଶହ ଓ ଦୁଇଶହ ମିଟର ରେସ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ କ୍ରୀଡାଶିକ୍ଷକ ଉମାକାନ୍ତ କର ଓ ପ୍ରଫୁଲ୍ଲ ପ୍ରଧାନ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ମାଇଁ ଭାରତ କେନ୍ଦ୍ରର ଜିଲ୍ଲା ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ବଗଡା ପଞ୍ଚାୟତ ସରପଞ୍ଚ ସୁବନୀ ସାହୁ, ବଗଡା ସ୍ପୋର୍ଟସ ଏକାଡେମୀ ସଭାପତି ସୁବୁଧି ଚରଣ ସାହୁ ଓ ଫକିର ଚରଣ ବାରିକ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସ୍ୱେଛାସେବୀ ବିପିନ ବେହୁରା, ରମେଶ ଦାସ, ତୁଷାର ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ। ବଗଡା ସ୍ପୋର୍ଟସ ଏକାଡେମୀ ସଭ୍ୟ ଭବାନୀଶଙ୍କର ପତି ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷା ଆରମ୍ଭ

Wed Feb 18 , 2026
କେନ୍ଦ୍ରାପଡ଼ା,୧୮ା୨:କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ +୨ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି। ମାର୍ଚ୍ଚମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି +୨ପରୀକ୍ଷା ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଆଜି ପରୀକ୍ଷାର ପ୍ରଥମ ଦିବସରେ +୨ ବିଜ୍ଞାନର ଏମ.ଆଇ.ଏଲ. (ଓଡିଆ) ବିଷୟରେ ପରୀକ୍ଷା ଥିଲା। ଏହି ପରୀକ୍ଷା କେନ୍ଦ୍ରର ୧୭ଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading