କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ମ୍ୟୁନିସିପାଲିଟି ଟାଉନ ହଲ୍ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ । ତାଙ୍କ ଅଭିଭାଷଣରେ ସଚିବ ସାହୁ ଉପସ୍ଥିତ ଜନସାଧାରଣମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶ୍ରମିକମାନେ ନିଜ ନିଜର ହକ୍ କିପରି ଆଇନ ଅନୁଯାୟୀ ପ୍ରାପ୍ତ କରିପାରିବେ ଓ ଶିଶୁ ଶ୍ରମିକ ପ୍ରଥା କିପରି ଉଚ୍ଛେଦ କରି ଉକ୍ତ ଶିଶୁମାନଙ୍କୁ ଶିକ୍ଷା ଅବସ୍ଥାରେ ଶିକ୍ଷାଦାନ କରି ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇପାରିବେ । ସେମାନଙ୍କ ପିତା ଓ ମାତା ଏହା ଉପରେ ପ୍ରଯତ୍ନ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଡିଭିଜନାଲ ଲେବର କମିଶନର, ଜିଲ୍ଲା ଲେବର ଅଫିସର ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପରେ ଭାଷଣମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଶ୍ରମ କାର୍ଡମାନ ବଣ୍ଟନ କରାଯାଇଥିଲା ।
Discover more from
Subscribe to get the latest posts sent to your email.