ଶିକ୍ଷକ ସମସ୍ୟା ସମାଧାନରେ ଅଶୋକଙ୍କ ଭୂମିକା ଅତୁଳନୀୟ

ଶିକ୍ଷାବିତ ଅଶୋକ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

blank
ପଟ୍ଟାମୁଣ୍ଡାଇ ୧୩/୫ – ଶିକ୍ଷକଙ୍କ ସମସ୍ୟା ସମାଧାନରେ ଦିବଂଗତ ବିପ୍ଲବୀ ଶିକ୍ଷକନେତା ଶିକ୍ଷାବିତ ଅଶୋକ ରାଉତଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୁପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଶିକ୍ଷକନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟ ଓ ଇଂ ଚିନ୍ମୟୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ, ଆଳି ବ୍ଲକ ସହକାରୀ ଶିକ୍ଷାଧିକାରୀ ଉଦକର ସାମଲ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବଳଭଦ୍ର ପ୍ରସାଦ ରାଉତ, ପୂର୍ବତନ ସଭାପତି ବିଜୟ କୁମାର ସାହୁ,ପତ୍ରପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଦାଶ, ଶିକ୍ଷକ ନେତା ରାଜେନ୍ଦ୍ର ପ୍ରସାଦ ସିଂ, କେନ୍ଦ୍ରାପଡ଼ା ଜିଲ୍ଲା ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସଭାପତି କରୁଣାକର ଭଳ, ପୂର୍ବତନ ସଭାପତି ସୁନାମଣି ଦାଶ, ପୂର୍ବତନ ଗରଦପୁର ବ୍ଲକ ଏବିଇଓ ସୁଷମା ନାୟକ,ସି ଆରସିସି ଲଷ୍ମଣ ସେଠୀ, ପୂର୍ବତନ ପ୍ରଧାନଶିକ୍ଷକ ଗଗନ ବିହାରୀ ପାତ୍ର, ଶିକ୍ଷକନେତ୍ରୀ କ୍ରିଷ୍ଣା ସ୍ୱାଇଁ ଓ ଶଶୀକଳା ପଣ୍ଡା, ଶିକ୍ଷକ ନେତା ନିରୋଦ ଦାଶ, ଆରତ ନାୟକ ଓ ଗୋଦାବରୀଶ ମିଶ୍ର ପ୍ରମୁଖ ଭାଷଣ ଦେଇ ଦିବଂଗତ ଶିକ୍ଷକ ନେତା ଅଶୋକ ରାଉତଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଇଂ ଚିନ୍ମୟୀ ରାଉତ ଧନ୍ୟବାଦ ଦେଇଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ବିପୁଳ ପରିମାଣରେ ଚୋରା ମଦ ଜବତ, ୬ ଗିରଫ

Wed May 14 , 2025
ପଟ୍ଟାମୁଣ୍ଡାଇ ୧୪/୫ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା, ଆଳି ଓ ନିକିରାଇ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫୫ ଲିଟର ଦେଶୀ ବିଦେଶୀ ମଦ ଜବତ । ଜଣେ ମହିଳା ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, […]
blank

ଲୋକମତ

Discover more from

Subscribe now to keep reading and get access to the full archive.

Continue reading