ପଟ୍ଟାମୁଣ୍ଡାଇ ରୋଗୀକଲ୍ୟାଣ ସମିତି ବୈଠକ,ଉତମ ରୋଗୀ ସେବା ଓ ଭିତି ଭୂମି ବିକାଶ ଉପରେ ଗୁରୁତ୍ୱାରୋପ

blank
ପଟ୍ଟାମୁଣ୍ଡାଇ ୧୩/୧୧ – ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ସଭା ଗୃହରେ ବୁଧବାର ପଟ୍ଟାମୁଣ୍ଡାଇ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ରାଜନଗର ବିଧାୟକ ଧ୍ରୁବ ସାହୁ ବୈଠକରେ ଅଧ୍ୟକ୍ଷତା କରି କଷଣଅଂଟା ଠାରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ସବଡିଭିଜନ ହସ୍ପିଟାଲ କାର୍ଯ୍ୟ ତ୍ୱରାନ୍ୱିତ କରିବା, ୨୪ଘଂଟା ଉତମ ରୋଗୀ ସେବା ଯୋଗାଇବା, ମାଗଣା ଔଷଧ ବଂଟନ, ହସ୍ପିଟାଲ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା, ଭିତିଭୂମି ବିକାଶ, ଆଧୁନିକ ଯନ୍ତ୍ରାଂଶ ମାଧ୍ୟମରେ ଉତମ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଗୌରାଙ୍ଗ ଚରଣ ଗିରି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ପୂର୍ତ ବିଭାଗ ସହ ନିର୍ବାହୀଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀଯନ୍ତ୍ରୀ ଇଂ ସୁଦାମ ସାହୁ, ରୋଗୀକଲ୍ୟାଣ ସମିତି ସଦସ୍ୟ ସାମ୍ବାଦିକ ଅକ୍ଷୟ ସାହୁ, ପୂର୍ବତନ କାଉନସିଲର ଶ୍ରୀକାନ୍ତ ରାଉତ, ଯୁବନେତା ନିରାକାର ସାହୁ,ଡା ଚନ୍ଦ୍ରଶେଖର ଦାସ, ଡା ଅଭିଷେକ ଦ୍ୱିବେଦୀ, ଡା ଏମ ଡି ରେହେମାନ, ଡା ପୂରବି ପରିଡା, ସମାଜସେବୀ ବୁଢା ଲେଙ୍କା ପ୍ରମୁଖ ଯୋଗ ଦେଇ ଉତମ ରୋଗୀ ସେବା ଓ ଭିତିଭୂମି ବିକାଶ ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡା ହସ୍ପିଟାଲର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ହସ୍ପିଟାଲ ପରିଚାଳକ ଚିତରଞ୍ଜନ ଚାନ୍ଦ ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ ।ଏହି ବୈଠକରେ ଚଳିତ ଆର୍ôଥକବର୍ଷର ବଜେଟ ଉପସ୍ଥାପନ କରାଯାଇ ଅନୁମୋଦନ କରାଯାଇଥିଲା । ଶେଷରେ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ ଜେନା ଧନ୍ୟବାଦ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘ ବୈଠକ

Thu Nov 13 , 2025
ପଟ୍ଟାମୁଣ୍ଡାଇ ତା ୧୩/୧୧-ଓଡିଶା ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହା ସଂଘ ଆହ୍ୱାନରେ ବିଭିନ୍ନ ଦାବୀ ପୂରଣ ପାଇଁ ଆନ୍ଦୋଳନ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ଦିଲ୍ଲୀପ କୁମାର ପାଗଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସୁନାକାର ରାଉତ, ସୁରେଶ ଲେଙ୍କା, ସାଗର ବାରିକ, ସତ୍ୟ ପ୍ରକାଶ ରାଉତ ସନ୍ତୋଷ ମଲିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading