ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚିତ

blank

କେନ୍ଦ୍ରାପଡ଼ା,୮ା୩ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏଥିସହିତ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅରଗଳିରେ ବେକ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ କବି ତଥା ଓ ପୂର୍ବତନ ସାଂସଦ ଡ଼ ପ୍ରସନ୍ନ କୁମାର ପାଟ୍ଟସାହାଣୀ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କେନ୍ଦ୍ରାପଡ଼ା ବୌଦ୍ଧିକ ବିକାଶ ମଞ୍ଚ ସଭାପତି ରଣଧୀର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ପଦ୍ମଲୋଚନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ରାଉତଙ୍କ ସୁନାମଧନ୍ୟ କଥାକାର ଓ ଔପନ୍ୟାସିକ ପବିତ୍ର ପାଣିଗ୍ରାହୀ,ଓଡ଼ିଶା ଲୋକସେବା ଭବନରଅବସରପ୍ରାପ୍ତ ଶାଖା ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଦା. ବିଶିଷ୍ଟ ସାହିତ୍ୟିକ ଡକ୍ଟର ମିହିର ସାହୁ,ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସମାଜସେବୀ ଗୋପୀନାଥ ତ୍ରିପାଠୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି: ବିଶିଷ୍ଟ ଅତିଥ୍ ବିଶିଷ୍ଟ କବି ତଥା ବେଲେଶ୍ୱର ସାହିତ୍ୟ ସଂସଦର ସଭାପତି ଶ୍ରୀ ବ୍ରଜବନ୍ଧୁ ଦାଶ ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଭିଭାଷଣ ରଖିଥିଲେ । ମୁଖ୍ୟବକ୍ତା ଭଅବେ ଇଂଟରନ୍ୟାସ୍‌ନାଲ୍ ଗୀତା ମିଶନ୍‌ର ଅଧ୍ୟକ୍ଷ ଡକ୍ଟର ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ତାଙ୍କ ଆଶୀର୍ବଚନ ରଖିଥିଲେ ।ଏହି ଅବଶରରେ ବରିଷ୍ଠ ଗାଳ୍ପିକା ଅବନ୍ତୀ ବେହେରାଙ୍କ ଗଳ୍ପ ପୁସ୍ତକ ‘ଅର୍ଗଳିରେ ବେକ’ର ଉନ୍ମୋଚନ କରାଯାଇଥିଲା ଏଥିରେ ସମ୍ମାନନୀୟ ଅତିଥ୍ୟ ସ୍ୱନାମଧନ୍ୟ କଥାକାର ଓ ପ୍ରାବନ୍ଧିକା ଡକ୍ଟର ବାସନ୍ତୀ ମହାନ୍ତି ଓ ଅବଶରର ପ୍ରାପ୍ତ ଶିକ୍ଷକ ଶଚୀ ନନ୍ଦନ ଦାସ ନିଜ ନିଜର ଅଭିଭାଷଣ ରଖିଥିଲେ । ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଗଳ୍ପ ପୁସ୍ତକ ‘ ରାତି ପାହିଲେ ନାରାୟଣ ମରିବେ’ ଓ ଆଧୁନିକ ଡିଜିଟାଲ ଯୁଗକୁ ନେଇ ରଚିତ ପୁସ୍ତକ ଅର୍ଗଳିରେ ବେକ ଉନ୍ମୋଚନ

Mon Mar 9 , 2026
ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବଶରପ୍ରାପ୍ତ ବରିଷ୍ଠ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading