ଚାମେଲି ମାମଲା : ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ NHRCର ନିର୍ଦ୍ଦେଶ

blank
କେନ୍ଦ୍ରାପଡ଼ା,୧୭ା୬:ଚାମେଲି ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ମନୋଜ ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଏ ନେଇ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି କରି ଆୟୋଗ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଚାମେଲି ପ୍ରସଙ୍ଗରେ ବାସ୍ତବିକତା ଓ ସତ୍ୟତା କ’ଣ ରହିଛିି ତାହା ଆୟୋଗ ଜାଣିବାକୁ ଚାହିଁଛନ୍ତି। ଏଥିସହ ଏହି ଘଟଣାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱେଚ୍ଛାସେବୀ ଶ୍ରୀ ଜେନା ମାମଲାରେ ଦର୍ଶାଇଛନ୍ତି ଯେ ଚାମେଲିଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା ଏଥିରେ ତାଙ୍କର ମାନବାଧିକାର କ୍ଷୂର୍ଣ୍ଣ ହୋଇଛି।

Next Post

ସୁସ୍ଥ ହେଉଛନ୍ତି ଚାମେଲି, ମିଳିଲା ଜାମିନ

Wed Jun 17 , 2026
କେନ୍ଦ୍ରାପଡ଼ା,୧୭ା୬:ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ପ୍ରତିଦିନ ଚାମେଲିଙ୍କୁ ଚିକିତ୍ସାଳୟରେ ଭେଟିବା ପାଇଁ କେହି ନା କେହି ଆସୁଛନ୍ତି । ପୋଲିସକୁ ନାକେଦମ ହେବାକୁ ପଡୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାମେଲି ବିପଦ ମୁକ୍ତ ଅଛନ୍ତି । ତାଙ୍କ ଶରୀରରେ ସେପରି ଶାରିରୀକ ଆଘାତ ନାହିଁ। ତାଙ୍କୁ ୪ଜଣ ବିଶେଷଜ୍ଞ ଚିକିତ୍ସା କରୁଛନ୍ତି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading