
କେନ୍ଦ୍ରାପଡା ୨୫/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମ ପଞ୍ଚାୟତ ସିଦ୍ଧ ମରିଚାରିଣୀ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଜ୍ରକିଶୋର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ବଗଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ଜ୍ୟୋତି ରଞ୍ଜନ ଗୈାଡ, ସମ୍ମାନୀତ ଅତିଥି ଭାବେ ଓଡିଶା ହାଇର୍କୋଟର ସରକାରୀ ଓକିଲ ଅବିନାଶ ପଣ୍ଡା ଯୋଗଦେଇଥିଲେ । ବରିଷ୍ଠ ନାଗରିକ ବ୍ଲକ ସଂଯୋଜକ ଶିକ୍ଷାବିତ କୈଳାଶ ଚନ୍ଦ୍ର ସ୍ୱାଇଁ ସଭାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ସାମାଜିକ ନିରାପତ୍ତା ପରିଚୟ ପତ୍ର ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ସମ୍ପାଦକ ନିହାର ରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ କୁମୁଦ ରଞ୍ଜନ ରାଉତ, ଉପସଭାପତି କ୍ଷୀରୋଦ କୁମାର ପଣ୍ଡା, ସହ ସମ୍ପାଦକ ନାରାୟଣ ପଣ୍ଡା, ଗଣମାଧ୍ୟମ ସଭାପତି ବାବାଜି ଚରଣ ବାରିକ, ସୁକୁଧି ଚରଣ ସାହୁ, ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ଜେନା, ଧରଣୀଧର ପାତ୍ର, ଗୋପିନାଥ ସ୍ୱାଇଁ, ରବୀନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ମହୋଦୟ ଓ ସମ୍ମାନିତ ଅତିଥି ମହୋଦୟ ସମୁଦାୟ ୬୫ଟି ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ କରିଥିଲେ । କେନ୍ଦ୍ରାପଡା ସଦର ଥାନାର ଉପଭାରାପ୍ରାପ୍ତ ଅଧିକାରୀ ଶିବରାମ ସ୍ୱାଇଁ ଓ ଭାଇଚର ଏସ୍. ମୁର୍ମୁ ବଣ୍ଟନ ଉତ୍ସବରେ ଯୋଗଦାନ କରି କାର୍ଡ ବଣ୍ଟନରେ ସହଯୋଗ କରିଥିଲେ । କ୍ଷୀରୋଦ କୁମାର ପଣ୍ଡା ବେଦମନ୍ତ୍ର ପାଠକରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ନିହାର ରଞ୍ଜନ ସ୍ୱାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
