କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡା ୧୮/୮: ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍‌ଟାଣ୍ଡ ଓ କଜଳା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟଳ ଠାରେ ଅନୁଷ୍ଠିତ ହୋଇଥିଲା । ହାଲୱାନୀ ଘଟଣାକୁ ନେଇ ସାମାଜିକ ନ୍ୟାୟ ଓ ମାନବୀୟ ମର୍ଯ୍ୟାଦା ପ୍ରତି ହୋଇଥିବା ଅପମାନର ପ୍ରତିବାଦ କରିବା ସହ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସମ୍ମାନ ଓ ସମର୍ଥନରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ. ଦେବସ୍ମିତା ଶର୍ମା, ଜିଲ୍ଲା ସଂଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ନଗର ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ବ୍ଲକ୍ କଂଗ୍ରେସ କମିଟି ସଭାପତି ରବିନାରାୟଣ ବେହେରା, ପଙ୍କଜ ଦାସ, ହରିଶ ପଟ୍ଟନାୟକ, ରାଜିବ ଲୋଚନ ମିଶ୍ର, ସୀତାଂଶୁ ଲେଙ୍କା, ବରିଷ୍ଠ ନେତା ଫକୀର ଖଟୁଆ, ସନ୍ତୋଷ ବେହେରା, ଦର୍ପ ସାହୁ, ମନଗୋବିନ୍ଦ ଦାସ, ବିଜୟ ବେହେରା, ସଂଗ୍ରାମ ସାମଲ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading